ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ

Published By : Ankita S | May 31, 2025 8:11 AM

ନୂଆଦିଲ୍ଲୀ,୩୧/୦୫: ଯେତେ ମାଠିବୁ ମାଠେ, ମୁଁ ସେଇ ଦରପଡ଼ା କାଠେ... କୋର୍ଟଙ୍କ ରୋକ୍ ପରେ ବି ଟ୍ରମ୍ପଙ୍କ ଟାରିଫ୍‌ ପ୍ଲାନ୍ ବନ୍ଦ ହେଉନାହିଁ । ବିଦେଶରୁ ଆମେରିକା ଆସୁଥିବା ଷ୍ଟିଲ ଉପରେ ଡ଼ବଲ୍ ଟାରିଫ୍ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଷ୍ଟିଲ ଉପରେ ଟାରିଫ୍ ୨୫ ପ୍ରତିଶତରୁ ବଢାଇ ୫୦ ପ୍ରତିଶତ ଲାଗୁ ପାଇଁ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୪ରୁ ଏହା ଲାଗୁ ହେବ । ଟ୍ରମ୍ପ ଏମିତି ସମୟରେ ଏହା ଘୋଷଣା କରିଛନ୍ତି ଯେବେ ଆମେରିକା-ଚୀନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଟେକ୍ନୋଲୋଜି ବ୍ୟବସାୟକୁ ନେଇ ସମସ୍ୟା ଦେଖାଦେଇଛି । ଚୀନର ନିମ୍ନମାନର ଷ୍ଟିଲ ଉପରେ ଆମେରିକାର ଭବିଷ୍ୟତ ନିର୍ଭର କରିବ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଷ୍ଟିଲ ଉପରେ ଟାରିଫ୍ ବଢାଇବାର ନିଷ୍ପତି ଟ୍ରମ୍ପ ଏଥିପାଇଁ ନେଲେ କାରଣ, ସେ ଘରୋଇ ଷ୍ଟିଲ ଉତ୍ପାଦ ବୃଦ୍ଧି କରିବାକୁ ଚାହାଁନ୍ତି । ଏହାଛଡ଼ା ଆମେରିକା ନିର୍ମାଣ ଉଦ୍ୟୋଗକୁ ମଜବୁତ କରିବାକୁ ଚାହାଁନ୍ତି । ଚୀନ ଉପରେ ଆମେରିକା ବ୍ୟବସାୟିକ ଚାପ ପକାଇ ରଖିବାକୁ ତାକୁ ଆର୍ଥିକ ଜଖମ ଦେବାକୁ ଚାହେଁ ଆମେରିକା । ଟାରିଫ୍ ବଢାଇବା ପଛରେ ୟୁଏସ ଷ୍ଟିଲ-ନିପ୍ପନ ଡ଼ିଲକୁ ମଜବୁତ କରିବାକୁ ପ୍ରୟାସ କରାଯାଉଛି । ୨୦୧୮ରେ ପ୍ରଥମ ଥର ପାଇଁ ଷ୍ଟିଲରେ ଟାରିଫ୍ ଲାଗୁ ହୋଇଥିଲା । ସରକାରୀ ତଥ୍ୟ ଅନୁସାରେ ଷ୍ଟିଲ ଦର ପ୍ରାୟ ୧୬ ପ୍ରତିଶତ ବଢିଥିଲା ।

ଅଧିକ ପଢନ୍ତୁ...ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ହାତ ଛାଡ଼ିଲେ ଏଲନ୍ ମସ୍କ; ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ...

ସେପଟେ ଟ୍ରମ୍ପଙ୍କ ଯେସାକୁ ତେସା ଟାରିଫ୍‌ ଉପରେ ରୋକ୍‌ ଲଗାଇଥିଲେ ଆମେରିକା କୋର୍ଟ । ଟ୍ରମ୍ପଙ୍କ ଟାରିଫ୍‌ ବେଆଇନ୍‌ ଓ ଅବୈଧ । ବିଭିନ୍ନ ଦେଶ ଉପରେ ମୋଟା ଟାରିଫ୍ ଘୋଷଣା କରି ଟ୍ରମ୍ପ ନିଜ ସାମ୍ବିଧାନିକ ଅଧିକାରର ସୀମା ଉଲ୍ଲଂଘନ କରିଛନ୍ତି । ଆପାତକାଳୀନ ଆଇନ୍‌ର ଦୂରୁପଯୋଗ କରିଛନ୍ତି ବୋଲି କହିଥିଲେ ୟୁଏସ୍‌ କୋର୍ଟ ଅଫ୍ ଇଣ୍ଟରନ୍ୟାସ୍‌ନାଲ ଟ୍ରେଡ୍‌ । ଆମେରିକା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା । ବିଶ୍ୱ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.