ନୂଆଦିଲ୍ଲୀ,୩୧।୫: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ଓ ସ୍ପେସ୍ ଏକ୍ସର ସିଇଓ ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ ଭାରତ ଆସିବେ। ଏରୋଲ ମସ୍କ ଅଯୋଧ୍ୟ ସ୍ଥିତ ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିବେ। ସେ ୧ ରୁ ୬ ଜୁନ୍ ପର୍ଯ୍ୟନ୍ତ ଭାରତରେ ରହିପାରନ୍ତି। ଏରୋଲ ମସ୍କ ନିକଟରେ ଭାରତୀୟ କମ୍ପାନୀ ସର୍ଭିଟେକ୍ର ଗ୍ଲୋବାଲ ଆଡଭାଇଜରୀ ବୋର୍ଡରେ ସାମିଲ ହୋଇଥିଲେ।
ଗସ୍ତ ସମୟରେ ଏରୋଲ ମସ୍କ ବିଜନେସ୍ ସମ୍ପର୍କିତ ବହୁ ବୈଠକରେ ସାମିଲ ହୋଇପାରନ୍ତି। ଗସ୍ତ ସହିତ ବିଶେଷଜ୍ଞଙ୍କ କହିବା ଅନୁସାରେ, ସେମାନେ ଗ୍ରୀନ୍ ଟେକ୍ନୋଲୋଜି କ୍ଷେତ୍ରରେ ଭାରତରେ ହୋଇଥିବା କାମ ଓ ଚାର୍ଜିଂ ଢାଞ୍ଚାକୁ ମଧ୍ୟ ବହୁ କାର୍ଯ୍ୟକ୍ରମ ଜରିଆରେ ପ୍ରୋତ୍ସାହିତ କରିବେ। ଏହି ସମୟରେ ସେମାନେ ନୀତି ନିର୍ମାତା, ନିବେଶକ, ଉଦ୍ୟୋଗ ଜଗତର ଲୋକଙ୍କ ସହ ଅଲଗା ଅଲଗା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକରେ ସାମିଲ ହେବେ। ଉଲ୍ଲେଖନୀୟ ଯେ, ୫ ଜୁନ୍ରେ ସର୍ଭିଟେକ୍ ବିଶ୍ବ ପରିବେଶ ଦିବସଉପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବାପରେ ସେ ୬ ଜୁନ୍ରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରିବେ।
ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ ୧ ଜୁନ୍ରେ ୫ ଦିବସୀୟ ଯାତ୍ରାରେ ଆସିବେ। ମଡିଆ ରିପୋର୍ଟ ଅନୁସାରେ, ଏରୋଲ ମସ୍କ ଭାରତକୁ ସବୁଜ ପ୍ରଜୁକ୍ତିବିଦ୍ୟା ଓ ଇଭି ଚାର୍ଜିଂ ଭିତ୍ତିଭୂମି ରପ୍ତାନୀରେ ବିଶ୍ବର ରଣନୈତିକ ଚେଷ୍ଟାକୁ ପ୍ରୋତ୍ସାହନ ଦେବାକୁ ଚାହାନ୍ତି। ରାମ ଲଲାଙ୍କ ଆଶୀର୍ବାଦ ନେବା ପାଇଁ ମସ୍କ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ମଧ୍ୟ ଯିବେ, ଯାହା ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସହିତ ତାଙ୍କର ସମ୍ପର୍କକୁ ପ୍ରତିଫଳିତ କରିବ। ଯଦିଓ ଏହା ସ୍ପଷ୍ଟ କରିବା ଗୁରୁତ୍ବପୂର୍ଣ୍ଣ ଯେ, ଏଲନ୍ ମସ୍କ ଓ ତାଙ୍କ ବାପା ଏରୋଲ ମସ୍କଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏଲନ୍ ମସ୍କ ବହୁବାର ଏହା ସ୍ବୀକାର କରି ସାରିଛନ୍ତି। ଏରୋଲ ମସ୍କଙ୍କ ପର୍ସନାଲ ଲାଇଫ୍ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି। ସେ ୨ ଥର ବିବାହ କରିଛନ୍ତି ଓ ତାଙ୍କର ବହୁ ସନ୍ତାନ ରହିଛନ୍ତି। ଏରୋଲଙ୍କ ଜୀବନ ବିବାଦ ରହିଛି। ସେ ନିଜର ସାବତ ଝିଅ ଜନା ବେଜୁଇଡେନହଟଙ୍କଠାରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟ ଜନ୍ମ ଦେଇଛନ୍ତି।