ନୂଆଦିଲ୍ଲୀ,୩୧/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ ତାଳମେଳ ରହୁନାହିଁ । କେତେବେଳ କହୁଛନ୍ତି ଆମ ପାଇଁ ଯୁଦ୍ଧ ବନ୍ଦ ହେଲା କେତେବେଳେ କହୁଛନ୍ତି ନା ଆମ ପାଇଁ ହୋଇନାହିଁ । ପ୍ରଥମେ କହିଲେ ଆମେରିକା ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ହେଲା । ଏହାପରେ ପୁଣି ନିଜେ ବୟାନକୁ ଓହରିଗଲେ । ଏବେ ପୁଣି ଭାରତ-ପାକ୍ ଅସ୍ତ୍ରବିରତିକୁ ନେଇ ବଡ଼ ବୟାନ ଦେଇଛନ୍ତି । ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ଏକ ପରମାଣୁ ବିପର୍ଯ୍ୟରେ ପରିଣତ ହେବାକୁ ଯାଉଥିଲା । ଯାହାକୁ ଆମେ ଅଟକାଇଛୁ । ଆମେ କଥା ହେଲୁ ତେଣୁ ଯୁଦ୍ଧ ରୋକିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ପୁଣି ଥରେ ଭାରତ-ପାକିସ୍ତାନ ଅସ୍ତ୍ରବିରତିର କ୍ରେଡ଼ିଟ୍ ନେବାକୁ ପ୍ରୟାସ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ- ପାକ୍ ଯୁଦ୍ଧବିରତି ନେଇ କିଛି ଦିନ ଟ୍ରମ୍ପ କହିଥିଲେ ଏଥିରେ ଆମର କିଛି ଭୂମିକା ନାହିଁ । ଏବେ ପୁଣି ଥରେ କହିଛନ୍ତି,'ଆମେ ଯୁଦ୍ଧ ରୋକିଥିଲୁ । ଏହା ପରମାଣୁ ବିପର୍ଯ୍ୟୟ ଆଣିଥାନ୍ତା । ଭାରତ-ପାକିସ୍ତାନ ଦେଶର ନେତା ମହାନ୍ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆମେ ବ୍ୟବସାୟ ଉପରେ କଥା ହେଲୁ । କହିଲୁ କି ଆମେ ସେହି ଲୋକଙ୍କ ସହ ବ୍ୟବସାର କରିବୁ ନାହିଁ ଯିଏକି ପରସ୍ପର ଉପରେ ଗୁଳି ଚଳାଉଛନ୍ତି । ସେମାନେ ଏହା ବୁଝିଲେ । ଆମେରିକା ଅନ୍ୟ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧକୁ ମଧ୍ୟ ରୋକିବୁ।'
ପହଲଗାମ ପ୍ରତିଶୋଧ ନେଇ ଭାରତ ଅପରେସନ୍ 'ସିନ୍ଦୂର' ଲଞ୍ଚ କରିଥିଲା । ଏଥିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ମାଟିରେ ମିଶିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲା । ୨୬ ନୀରିହ ଜୀବନର ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା । ଏହି ଅପରେସନ୍ ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା । ପାଲଟା ଆକ୍ରମଣ କରି ପାକ୍ ସେନା ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ, ଜମ୍ମୁକାଶ୍ମୀର ରାଜସ୍ଥାନ ଏୟାରଷ୍ଟ୍ରାଇକ୍ କରିଥିଲା । ଯାହାର ମୁହଁତୋଡ଼ ଜବାବ୍ ଦେଇଥିଲା ଭାରତୀୟ ସେନା । ପ୍ରାୟ ୪ଦିନ ଏମିତି ଡ୍ରୋନ୍ ମାଡ଼ କରିଥିଲା ପାକିସ୍ତାନ । ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାକୁ ଲାଗିଥିଲା । ଯୁଦ୍ଧ ନହେଉ ବୋଲି ସମସ୍ତେ ପ୍ରାର୍ଥନା କରୁଥିଲେ । ଶେଷରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ପ୍ରଥମେ ଆମେରିକା ମଧ୍ୟସ୍ଥତାରେ ଏହା ହୋଇଥିବା କହିଥିଲେ ଡ଼ୋନାଲ୍ଡ ଟ୍ରମ୍ପ । ସଂଘର୍ଷରେ ବିରାମ ନେଇ ପ୍ରଥମେ ଟ୍ରମ୍ପ କହିଥିଲେ । ଏହାପରେ ବୟାନକୁ ଓହରି ଯାଇଥିଲେ । ଏବେ ପୁଣି କହିଛନ୍ତି ଆମେ ଯୁଦ୍ଧ ରୋକିଥିଲୁ ।