ପ୍ରମୂଖ ଖବର
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ୟୁପି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ଭୁଲ ହେଲିପ୍ୟାଡରେ ଓହ୍ଲାଇଲା ହେଲିକପ୍ଟର

Published By : Tapas Panda | May 28, 2025 7:29 PM

Image Courtesy: tv9hindi

କାନପୁର: କାନପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ତାଙ୍କ ପାଇଁ ସଂରକ୍ଷିତ ନଥିବା ହେଲିପ୍ୟାଡରେ ଅବତରଣ କରାଯାଇଥିଲା। ପ୍ରଶାସନିକ ସୂତ୍ର ଅନୁଯାୟୀ, ସମାନ ପରିସରରେ ଅନେକ ହେଲିପ୍ୟାଡ ନିର୍ମାଣ ହୋଇଥିବାରୁ ଏହା ଘଟିଥିଲା। ଏପରି ପରିସ୍ଥିତିରେ, ପାଇଲଟ ଦ୍ୱନ୍ଦ୍ୱରେ ପଡ଼ି ହେଲିକପ୍ଟରକୁ ଅନ୍ୟ ଏକ ହେଲିପ୍ୟାଡରେ ଅବତରଣ କରିଥାଇପାରନ୍ତି ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବିତ ଗସ୍ତର ପ୍ରସ୍ତୁତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ କାନପୁର ପହଞ୍ଚିବା ସମୟରେ ଏହି ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, CSA ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ମୋଟ ୫ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ଏହି ଗ୍ରାଉଣ୍ଡରେ ତିନୋଟି ଭାଗ ଅଛି, ଯେଉଁଥିରେ ଦୁଇଟି ଭାଗରେ ଦୁଇଟି ହେଲିପ୍ୟାଡ୍ ଏବଂ ଗୋଟିଏ ଭାଗରେ ଗୋଟିଏ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି। ପ୍ରଥମ ହେଲିପ୍ୟାଡ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏବଂ ଦ୍ୱିତୀୟଟି ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ VIPମାନଙ୍କ ପାଇଁ ସଂରକ୍ଷିତ ଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ସକାଳ ପ୍ରାୟ ୧୧.୩୦ରେ ଲକ୍ଷ୍ନୌରୁ ହେଲିକପ୍ଟର ଯୋଗେ କାନପୁରରେ ପହଞ୍ଚିଥିଲେ। ତାଙ୍କର ହେଲିକପ୍ଟର ଚାରି ନମ୍ବର ହେଲିପ୍ୟାଡରେ ଅବତରଣ କରିବାର ଥିଲା, କିନ୍ତୁ ପାଇଲଟ୍ ଭୁଲବଶତଃ ଦୁଇ ନମ୍ବର ହେଲିପ୍ୟାଡ୍ରେ ହେଲିକପ୍ଟର ଅବତରଣ କରାଇ ଥିଲେ । ସେହି ସମୟରେ ସେଠାରେ ବାୟୁସେନାର ଅବତରଣ ପରୀକ୍ଷଣ ଚାଲିଥିଲା। ଏହାକୁ ନେଇ ସ୍ଥାନୀୟ ପ୍ରାଶସନ ଚିନ୍ତାରେ ପଡ଼ିଥିଲା ।

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଅନ୍ୟ ହେଲିପ୍ୟାଡରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ତୁରନ୍ତ ଅନ୍ୟ ହେଲିପ୍ୟାଡକୁ ଦୌଡ଼ିବାକୁ ପଡିଲା। ସେଠାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସ୍ୱାଗତ କରାଯାଇଥିଲା। ତେବେ ଏହି ଭୁଲ କିପରି ହେଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଏହା ପ୍ରଥମ ଥର ନୁହେଁ ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ସମ୍ପର୍କରେ କୌଣସି ସମସ୍ୟା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଏପ୍ରିଲ ୨୦ ରେ ତାଙ୍କ ହେଲିକପ୍ଟର ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । 

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମେ ୩୦ରେ କାନପୁର ଗସ୍ତ କରିବେ । ସେ ପାୱାର ପ୍ଲାଣ୍ଟ ଏବଂ ମେଟ୍ରୋ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ କାନପୁରରେ ପହଞ୍ଚିଥିଲେ। ସେ CSA ଗ୍ରାଉଣ୍ଡରେ ସାଧାରଣ ସଭା ସ୍ଥାନର ପରିଦର୍ଶନ କରିଥିଲେ ଏବଂ ଜନସଭାରେ ଯୋଗ ଦେଉଥିବା ଲୋକମାନଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନହେବା ପାଇଁ ଟ୍ରାଫିକ୍, ପରିଷ୍କାର ପରିଚ୍ଛନ୍ନତା ଏବଂ ପାର୍କିଂ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.