ନୂଆଦିଲ୍ଲୀ,୨୮।୫: ଜାତିସଂଘର ବିଶ୍ବର ପାଣିପାଗ ବିଜ୍ଞାନ ସଂଗଠନ (WMO) ନିଜର ତାଜା ରିପୋର୍ଟରେ ଚେତାବନୀ ଦେଇଛି, ଆଗାମୀ ୫ ବର୍ଷରେ ବିଶ୍ବ ତାପମାତ୍ରାରେ କୌଣସି ଆଶ୍ବସ୍ଥି ମିଳିବନି। ବୁଧବାର ଜାରି ଏହି ରିପୋର୍ଟରେ କୁହାଯାଇଛି ଏହି ସମୟ ମଧ୍ୟରେ ହାରାହାରି ବିଶ୍ବ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ହେବାର ୭୦% ସମ୍ଭାବନା ରହିଛି, ଯହାକି ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟ ଉପରେ ରହିଛି। ଏହା ସହ ୮୦ % ସମ୍ଭାବନା ଆଗାମୀ ୫ ବର୍ଷରୁ ଅତି କମ୍ରେ ଏକ ବର୍ଷ ୨୦୨୪ ର ରେକର୍ଡ-ଭଙ୍ଗା ଗରମ ବର୍ଷରୁ ଅଧିକ ଗରମ ହେବ। ଏହି ରିପୋର୍ଟ ଏଭଳି ସମୟରେ ଆସିଛି, ଯେତେବେଳେ ଦୁନିଆ ଲଗାତାର ଦୁଇଟି ଗରମ ବର୍ଷ(୨୦୨୩-୨୦୨୪) ସାମନା କରିସାରିଛି। ରିପୋର୍ଟ ଅନୁସାରେ, ପୃଥିବୀରେ ତାପମାତ୍ରା ଐତିହାସିକ ରୂପରେ ଉଚ୍ଚସ୍ତରରେ ରହିବାର ସମ୍ଭାବନା ରହିଛି।
ଡବ୍ଲୁଏମ୍ଓର ଉପମହାସଚିବ ବେରେଟ୍ କହିଛନ୍ତି, ଆମେ ଏବେ ଏବେ ରେକର୍ଡର ୧୦ ସବୁଠାରୁ ଗମ୍ ବର୍ଷକୁ ଅନୁଭବ କରିଛୁ। ଦୁର୍ଭାଗ୍ୟରୁ ଏହି ରିପୋର୍ଟରେ ଆଗାମୀ କିଛି ବର୍ଷରେ କାହାକୁ ଆଶ୍ବସ୍ଥି ମିଳିବାର ସଙ୍କେତ ନାହିଁ। ଏହାର ଅର୍ଥ ଆମର ଅର୍ଥବ୍ୟବସ୍ଥା, ଆମର ଦୈନିକ ଜୀବନ, ଆମର ପରିସ୍ଥିତିକ ପ୍ରଣାଳୀ ଓ ପୁରା ଗ୍ରହ ଉପରେ ଏହାର ନକାରତ୍ମକ ପ୍ରଭାବ ବଢିବ।’
୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ, ବିଶ୍ବ ତାପମାତ୍ରାକୁ ପୂର୍ବ-ଔଦଗିକ ସ୍ତରର ତୁଳନାରେ ୨ ଡିଗ୍ରୀ ସେଲସିୟସ୍ ତଳେ ଓ ଯଦି ସମ୍ଭବ ହେବ ତେବେ ୧.୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ସୀମିତ କରିବାର ଲକ୍ଷ୍ୟ ରଖା ଯାଇଥିଲା। ଏହି ତୁଳନା ୧୮୫୦-୧୯୦୦ର ହାରାହାରି ତାପମାତ୍ର ସହ କରାଯାଏ। ଯେତେବେଳେ ମଣିଷ କୋଇଲା, ତେଲ ଓ ଗ୍ୟାସର ଔଦଗିକ ପରିମାଣରେ ବ୍ୟବହାର କରିବା ଆରମ୍ଭ କଲା, କିନ୍ତୁ ଏବେ ବୈଜ୍ଞାନିକଙ୍କ ମତରେ ୧.୫ ଡିଗ୍ରୀ ସେଲସିୟସ୍ର ଲକ୍ଷ୍ୟ ‘ପ୍ରାୟ ଅସମ୍ଭବ’ ହୋଇଯାଇଛି। କାରଣ କାର୍ବନ ଡାଇଅକ୍ସାଇଡ (CO2)ର ନିର୍ଗତ ଏବେ ବି ଦୃତ ଗତିରେ ବଢୁଛି। WMO ର ନୂଆ ଭବିଷ୍ୟବାଣୀ ବ୍ରିଟେନ ପାଣିପାଗ ବିଭାଗ ଦ୍ବାରା ତିଆରି କରାଯାଇଛି, ଯାହାକି ସାରା ଦୁନିଆର ବହୁ ପାଣିପାଗ କେନ୍ଦ୍ରର ଡାଟା ଉପରେ ଆଧାରିତ।
ରିପୋର୍ଟ ଅନୁସାରେ, ୨୦୨୫ ରୁ ୨୦୨୯ ମଧ୍ୟରେ ପ୍ରତିବର୍ଷ ହାରାହାରି ତାପମାତ୍ର ୧.୨ ରୁ ୧.୯ ଡିଗ୍ରୀ ସେଲସିୟସ୍ ପଯ୍ୟନ୍ତ ବଢିପାରେ। ଅତିରିକ୍ତ ତାପମାତ୍ରା ବୃଦ୍ଧିର ଅର୍ଥ ଅଧିକ ହିଟ୍ଓ୍ବେଭ୍, ମୂଷଳଧାରା ବର୍ଷା ଏବଂ ମରୁଡି ହୋଇପାରେ। ଏହି ବର୍ଷ ମଧ୍ୟ ଜଳବାୟୁରୁ କୌଣସି ଆଶ୍ବସ୍ଥି ଦେଉନି। ଗତ ସପ୍ତାହ ଚୀନ୍ର କିଛି ଭାଗରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଚାଲିଯାଇଛି। ୟୁଏଇରେ ୫୨ ଡିଗ୍ରୀ ସେଲସିୟସ୍ ପହଁଞ୍ଚିଯାଇଛି। ପାକିସ୍ତାନରେ ଘାତକ ଲୁ’ ପରେ ପ୍ରବଳ ପବନ। ଇମ୍ପେରିଆଲ କଲେଜ ଲଣ୍ଡର ଜଳବାୟୁ ବିଜ୍ଞାନୀ ଫେଡରିକ୍ ଓଟୋ କହିଛନ୍ତି, ଆମେ ପୂର୍ବରୁ ହିଁ ବିପଦଜନକ ସ୍ତରର ଗରମରେ ପହଁଞ୍ଚି ସାରିଛୁ।