ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଜାତୀୟ ରାଜପଥରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ଦୁର୍ଘଟଣା ନା ହତ୍ୟା ତାହାକୁ ନେଇ ବଢ଼ିଲା ସସ୍‌ପେନ୍ସ

Published By : Prameya | June 2, 2025 2:38 PM

ଜୁନାଗଡ଼/କୋରାପୁଟ,୦୨/୦୬:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ-୨୬ର  ବନମାଳୀପୁର ଛକ ନିକଟରୁ ରବିବାର ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ଅର୍ଦ୍ଧଦଗ୍ଧ  ମୃତଦେହ ଉଦ୍ଧାର ହୋଇଛି । ମୃତ  ପୁଲିସ ଏଏସଆଇ ପବିତ୍ର ଗୋଲାପୀ  (୪୩) । ତାଙ୍କ ଘର କୋରାପୁଟ  ଜିଲ୍ଲା ବୋରିଗୁମା ଥାନା ସାନଦୁବୁଲି  ଗ୍ରାମରେ । ଦୁର୍ଘଟଣାରେ ବାଇକ୍‌ରେ  ନିଆଁ ଲାଗିଯିବାରୁ ସେ ଜଳିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା  ପୁଲିସ୍‌ କହିଛି । ଅନ୍ୟପଟେ ମୃତକଙ୍କ  ସାନଭାଇ ତଥା ଉମରକୋଟ ଥାନାରେ  କାର୍ଯ୍ୟରତ ଏଏସ୍‌ଆଇ ନରେନ୍ଦ୍ର ଗୋଲାପୀ  ଭିନ୍ନ କଥା କହିଛନ୍ତି । ୪ ଭାଇଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା  ଅଭିଯୋଗ ଆଣିଛନ୍ତି । 

ପବିତ୍ର ଜଳିଗଲେ ନା ତାଙ୍କୁ  ଜାଳି ଦିଆଯାଇଛି ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏସ୍‌ପି ପି. ନାଗରାଜ, ଅତିରିକ୍ତ ଏସ୍‌ପି  ଶୁଭ୍ରାଂଶୁ ମିଶ୍ରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌,  ସନ୍ଧାନୀ କୁକୁର ତଦନ୍ତ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଦୁର୍ଘଟଣା ନା ହତ୍ୟା ସ୍ପଷ୍ଟ  ହେବ ବୋଲି ପୁଲିସ୍‌ କହିଛି । ପବିତ୍ର କଳାହାଣ୍ଡି  ଜିଲ୍ଲା କେଗାଁ ଥାନାରେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ  ଅବହେଳା ପାଇଁ ଗତମାସରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ପରେ ଭବାନୀପାଟଣା ରିଜର୍ଭ ପୁଲିସ୍‌  କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । ଗତ  ଶନିବାର ରାତିରେ ପବିତ୍ର ବାଇକ୍‌ରେ କୋରାପୁଟ  ଯାଉଥିବାବେଳେ ରାସ୍ତାରେ ଅଟକିଥିବା ଏକ ଟ୍ରକ୍‌  ପଛରେ ପିଟି ହୋଇ ଜଳିଯାଇଥିବା ପୁଲିସ୍‌ କହିଛି ।  

ପବିତ୍ରଙ୍କ ପରିବାର କୋରାପୁଟର ଏଲ୍‌ଆଇସି କଲୋନିରେ ରହୁଛନ୍ତି । ସୂଚନା ପାଇ ପତ୍ନୀ ଗୀତାଞ୍ଜଳି ସୁନା ଏବଂ ଭାଇ ନରେନ୍ଦ୍ର ଜୁନାଗଡ଼ରେ ପହଞ୍ଚିଛନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ  କରିଛନ୍ତି । ସେମାନେ କହିଛନ୍ତି, ପଦୋନ୍ନତି ପାଇ ପବିତ୍ର  କଳାହାଣ୍ଡି ଜିଲ୍ଲାର କେଗାଁ ଥାନାରେ କାର୍ଯ୍ୟରତ ଥିଲେ ।  ସେଠିକାର ଥାନାଧିକାରୀ ତାଙ୍କୁ ମାନସିକ ନିର୍ଯାତନା  ଦେଉଥିଲେ । ସେ ପୂର୍ବରୁ କୋରାପୁଟ୍‌ ଏସ୍‌ଓଜିରେ  କାମ କରୁଥିଲେ । ନକ୍ସଲ ଦମନ କ୍ଷେତ୍ରରେ ସୁନାମ  ଆଣିଥିଲେ । ତାଙ୍କର ଏପରି ସନ୍ଦେହଜନକ ମୃତ୍ୟୁକୁ  ସାଥୀ ପୁଲିସ୍‌ ଅଧିକାରୀମାନେ ସହଜରେ ଗ୍ରହଣ  ପରିପାରୁ ନାହାନ୍ତି । ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକ ଦାବି  କରିଛନ୍ତି । ଅନ୍ୟପଟେ କେଗାଁ ଆଇଆଇସି ମୁକୁନ୍ଦ  ନାଏକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପବିତ୍ରଙ୍କ ଶବ  ବ୍ୟବଚ୍ଛେଦ ପରେ ପୈତୃକ ଗାଁ ସାନଦୁବୁଲିରେ କବର  ଦିଆଯିବ ବୋଲି ସମ୍ପର୍କୀୟ ଜୟଦାସ ଖରା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.