ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

୧୪ରୁ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Published By : Gurupada Nath | June 4, 2025 11:15 PM

ନବରଙ୍ଗପୁର,୪/୬ :   ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମଠାରେ ଆସନ୍ତା ଜୁନ୍ ୧୪ରୁ ୧୭ପର୍ଯ୍ୟନ୍ତ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି ।  ଏହି ଟୁର୍ଣ୍ଣାମେଣ୍ଟ ୨୦୩୦ କୁ ଆଖି ଆଗରେ ରଖି ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରିବା ଲକ୍ଷ୍ୟରେ ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ସଂଘର ସହ ସମ୍ପାଦକ ଏମ. ବାଲା କୃଷ୍ଣ ରାଓ କହିଛନ୍ତି । ଟୁର୍ଣ୍ଣାମେଣ୍ଟ ସୁଚାରୁ ରୁପେ ପରିଚାଳନା ନିମନ୍ତେ ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର, କୁରେଟର ଦୁର୍ଯ୍ୟ ହରିଜନ ଏବଂ ସୁବ୍ରତ ଗଣ୍ଡକୁ ଦାଇତ୍ୱ ଦିଆଯାଇଛି ବୋଲି ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। 

ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଏହି ସମ୍ପର୍କିତ ଏକ ଚିଠି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉଭୟ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାର ସରକାରୀ ଏବଂ ବେସରକରୀ ର ସମସ୍ତ ପ୍ରଧାନ ଶିକ୍ଷକ ଙ୍କୁ ଚିଠି କରିଥିଲେ ଏବଂ ସଂପୃକ୍ତ ଅଧିକାରୀ ମାନେ ଅନୁଷ୍ଠାନ ର ମୁଖ୍ୟ ମାନଙ୍କ ଜରିଆରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଅଧୀନରେ ଖେଳାଳି ମାନଙ୍କୁ  ପଞ୍ଜୀକୃତ କରିଥିଲେ। ସେହି ପଞ୍ଜୀକୃତ ଖେଳାଳିଙ୍କୁ ନେଇ ୟେଲୋ, ରେଡ, ଗ୍ରୀନ ଏବଂ ବ୍ଲୁ ନାମକ ଚାରୋଟି ଦଳ ରେ ଭାଗ କରାଯାଇଛି ଏବଂ ଫାଇନାଲ ୧୭ ତାରିଖ ଦିନ ହେବ ବୋଲି କ୍ରିକେଟ ସଂଘର ବରିଷ୍ଠ ସଦସ୍ୟ ଅଶୋକ ନାୟକ ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.