ଭଞ୍ଜନଗର୦୪/୬: ଦୁଇଟି ପୃଥକ ଦୁର୍ଘଟଣାରେ୨ ଜଣକ ମୃତ୍ୟୁ ଘଟିଛି। ତାରାସିଙ୍ଗି ଥାନା ଅନ୍ତର୍ଗତ ଲେମ୍ଭେଇ ଗ୍ରାମରେ ପିକ ଅପ୍ ଭ୍ୟାନ ଧକ୍କାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଗାଙ୍ଗପୁର ଥାନା ବିଞ୍ଝଗିରି ଗ୍ରାମର ଆଉ ଜଣେ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଲେମ୍ଭେଇ ଗ୍ରାମନ ନିକଟରେ ଏକ ପିକଅପ୍ ଭ୍ୟାନ୍ ଧକ୍କାରେ ଜଣକ ମୃତ୍ୟୁ ଘଟିଛି। ମୃତକ ଜଣକ ମାଙ୍କଡକୁମ୍ପା ଗ୍ରାମର ଟୁନା ନାଇକ । ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ । ଏଥିସହ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ପୁଲିସ ଜବତ କରିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ। ସୂଚନାଯୋଗ୍ୟ ଯେ ପିକଅପ୍ ଭ୍ୟାନ୍ ଟି ଦଶପଲ୍ଲାରୁ ଭଂଜନଗର ଅଭିମୁଖେ ଆସୁଥିଲା ବେଳେ ଏଭଳି ଦୁର୍ଘଟଣା ଘଟିଛି।
ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରି ଗାଁ ନିକଟରେ ମୋଟର ସାଇକଲ ଦୁର୍ଘଟଣା ରେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ନିକଟସ୍ଥ ବିଞ୍ଜଗିରି ଗାଁର ଶଙ୍କର ନାୟକ ବୋଲି ଜଣାପଡିଛି। ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।