ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି, ତୃତୀୟ ଥର ପାଇଁ ରେପୋ ୦.୫ ପ୍ରତିଶତ ରେଟ୍ ହ୍ରାସ କଲା ଆର୍‌ବିଆଇ, ଶସ୍ତା ହେବ ଗୃହ, ଗାଡ଼ି ଋଣ ଇଏମ୍‌ଆଇ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ନୂଆପାଟଣାରେ ରାତ୍ର ଜଗୁଆଳକୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ କଏଦ ଭୟଙ୍କର ଦୃଶ୍ୟ, ୩ ଗିରଫ…

Published By : Ladu Kishor | June 4, 2025 11:25 PM

ତିଗିରିଆ ୪।୬ ତିଗିରିଆ ଥାନା ନୂଆପାଟଣା ନିୟୁ ଅନ୍ତର୍ଯ୍ୟାମୀ ଜୁଏଲାରୀ ଦୋକାନରୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ରାତ୍ରୀ ଜଗୁଆଳୀକୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଏହି ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମର ମାଧବ ମଲ୍ଲ (୪୭), ସୁଶାନ୍ତ ରାଉତ, ଚିନ୍ମୟ ନାୟକ (୨୨) ବୋଲି ଜଣାପଡିଛି। ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଗତ ୨ ତାରିଖ ରାତି ପ୍ରାୟ ୧୨ଟା ସମୟରେ ନିୟୁ ଅନ୍ତର୍ଯ୍ୟାମୀ ଦୋକାନର ରାତ୍ର ଜଗୁଆଳ ବେଲଅଣ୍ଟା ଗ୍ରାମର ନରେଶ ନାୟକ (୪୮) ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ମାନେ ଦୋକାନ ଚୋରି କରିବା ଉଦ୍ଦେଶ୍ୟରେ ତାଲାକୁ ବାଡ଼ାବାଡ଼ି କଲେ ।

 

ଏହାକୁ ନରେଶ ପ୍ରତିବାଦ କରିବାରୁ ତାଙ୍କୁ ଠେଙ୍ଗାରେ ମାଡ଼ ମାରିବା ସହ ଗାଳି ଗୁଲଜ କରି ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଦୋକାନ ଉପର ମହଲାରୁ ପାଟି ତୁଣ୍ଡ ଶୁଣି ଘଟଣା ସ୍ଥଳକୁ ଆସିଥିବା ସିକ୍ୟୁରିଟି ଗାର୍ଡକୁ ମଧ୍ୟ ମାରଧର କରିଥିଲେ। ତେବେ ଘଟଣା ସମ୍ପର୍କରେ ଖବର ପାଇ ନରେଶଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ତିଗିରିଆ ଡାକ୍ତର ଖାନାରେ ଭର୍ତି କରିଥିଲେ l ନିୟୁ ଅନ୍ତର୍ଯ୍ୟାମୀ ଜୁଏଲାରୀ ଦୋକାନରୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ରାତ୍ରୀ ଜଗୁଆଳୀକୁ ନିର୍ମମ ଭାବରେ ମରଣାନ୍ତକ ଆକ୍ରମଣ ସିସିଟିଭିରେ କ୍ଏଦ ହୋଇଛି ଆକ୍ରମଣର ସମ୍ପୂର୍ଣ୍ଣ ଦୃଶ୍ୟ । 

ରାତି ଜଗୁଆଳି ନରେଶ ନାୟକଙ୍କୁ ଦୁର୍ବୃତ୍ତ ମାନଙ୍କ ମରଣାନ୍ତକ ଆକ୍ରମଣ ନରେଶ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି l ଘଟଣାରେ ନରେଶଙ୍କ ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ଛି l ତେବେ କିଛି ଦିନର ନୀରବତା ପରେ ବେଲଅଣ୍ଟା ଗ୍ରାମରେ ପୁଣି ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି l ଯାହାକୁ ନେଇ ପୁଲିସ ପକ୍ଷରୁ ସନ୍ଧ୍ୟାରେ ଫ୍ଳାଗ୍ ମାର୍ଚ କରାଯାଇ ଥିବା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.