ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବଲିଉଡ ପରେ ଟଲିଉଡକୁ କୀର୍ତ୍ତି ସୁରେଶଙ୍କ କମ୍‌ବ୍ୟାକ୍, ଆକ୍ସନ୍‌ କମେଡି ‘ରିଭଲଭର୍‌ ରିଟା’ରେ ଆସିବେ ନଜର

Published By : Prameya | June 13, 2025 2:54 PM

ମୁମ୍ବାଇ ୧୩/୦୬: ଫିଲ୍ମ ‘ବେବି ଜନ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ତାମିଲ ସିନେ ପରଦାକୁ ଫେରିଛନ୍ତି କୀର୍ତ୍ତି ସୁରେଶ । ଆକ୍ସନ୍‌ କମେଡି ‘ରିଭଲଭର୍‌ ରିଟା’ରେ ସେ ନଜର ଆସିବେ । ଫିଲ୍ମଟି  ଆସନ୍ତା ଅଗଷ୍ଟ ୨୭ରେ ସିନେମାଘରକୁ ଆସିବ । ଏକ୍ସରେ ଫିଲ୍ମର ଏକ ନୂଆ ପୋଷ୍ଟର୍‌ ସେ ଶେୟାର କରିଛନ୍ତି । ଏଥିସହ ରିଲିଜ୍‌  ତାରିଖ ବି ଶେୟାର କରିଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି ‘ରିଟା  ରିଲିଜ୍‌ ପାଇଁ ପ୍ରସ୍ତୁତ’ । ନୂଆ ପ୍ରୋମୋ ଭିଡିଓ ମଧ୍ୟ କୀର୍ତ୍ତି ଜାରି  କରିଛନ୍ତି, ଯେଉଁଥିରେ ଫିଲ୍ମର ଷ୍ଟାର୍‌କାଷ୍ଟ୍‌ଙ୍କ ଝଲକ୍‌ ରହିଛି ।  

୨୦୨୪, ଅକ୍ଟୋବରରେ ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା,  ଯାହା କୀର୍ତ୍ତିଙ୍କୁ ପୂରା ଆକ୍ସନ୍‌ ମୋଡ୍‌ରେ ଦେଖାଇଥିଲା ।  ଏଥିରେ କମେଡି ଟାଇମିଂ ସହିତ ଦମ୍‌ଦାର ଆକ୍ସନ୍‌ ସେ  କରିଛନ୍ତି । ଜେକେ ଚନ୍ଦରୁଙ୍କ ନିର୍ଦ୍ଦେଶିତ ‘ରିଭଲଭର୍‌  ରିଟା’ କୀର୍ତ୍ତିଙ୍କ ନୂଆ ଲୁକ୍‌ ଓ ଚମତ୍କାର ପ୍ରଦର୍ଶନର  ପ୍ରତିଶ୍ରୁତି ଦେଇଛି । ହିନ୍ଦୀ ଫିଲ୍ମ ‘ବେବି ଜନ୍‌’ରେ ବରୁଣ  ଧୱନଙ୍କ ସହ ଶେଷ ଥର ବଡ଼ ପରଦାରେ ନଜର  ଆସିଥିଲେ କୀର୍ତ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି  ୟଶ ରାଜ ଫିଲ୍ମସ ପ୍ରଡକ୍ସନ୍‌ର ‘ଆକ୍କା’ । ଏହା ଜରିଆରେ ସେ  ଓଟିଟିରେ ଡେବ୍ୟୁ କରିବେ । ଗଣେଶ ରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘କନ୍ନାଭେଦି’ରେ ମଧ୍ୟ ସେ ନଜର ଆସିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.