ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଲାଞ୍ଚ ଭିଡିଓ ଭାଇରାଲ ଘଟଣା: କାର୍ଯ୍ୟାନୁଷ୍ଠାନ ଶୂନ, ପୁଣି ଲାଞ୍ଚ ମଗାଯାଉଥିବା ଅଡିଓ ଭାଇରାଲ

Published By : Suraj Kumar | June 9, 2025 6:30 PM

ଦାରିଙ୍ଗବାଡି,୯।୬(ଆପ୍ର): ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଲାଞ୍ଚ କାରବାର ହେଇଥିବା ନେଇ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ବାଲିଗୁଡା ଉପଜିଲ୍ଲାପାଳ ଡକ୍ଟର ରୀନା ପ୍ରଧାନ ଦାରିଙ୍ଗବାଡିର ତତ୍କାଳୀନ ତହସିଲଦାର ଶରତ ଶବରଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଏଥି ସହ ଲାଞ୍ଚ ନେଇଥିବା କିରାଣୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ହେଲେ ଭିଡିଓ ଭାଇରାଲ ହେବାକୁ ୨୦ ଦିନ  ବିତିଯାଇ ଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଖାଲି ନିର୍ଦ୍ଦେଶରେ ରହିଯାଇଛି । ଉପ ଜିଲ୍ଲାପାଳ ଲିଖିତ ଭାବେ କୌଣସି ଚିଠି କରି ନଥିବା ବେଳେ ଖାଲି ମୌଖିକ ଭାବେ ତତ୍କାଳୀନ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଲାଞ୍ଚ ଭିଡିଓ ଉପରେ ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ ହୋଇନି କି ଉକ୍ତ ଘଟଣା ସଂପୃକ୍ତ ଥିବା କିରାଣୀଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି ହୋଇ ପାରି ନଥିବା ଅଭିଯୋଗ ହେଉଛି । 

ଲାଞ୍ଚ ଭିଡିଓ ଭାଇରାଲ ହେବା ପରେ ବି କର୍ମଚାରୀଙ୍କ ମଧ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ନାହିଁ । ଏବେ ବି ଚାଲିଛି ଖୁଲମ ଖୁଲା  ଲାଞ୍ଚ କାରବାର । ପୁଣି ଏବେ ଆଉ ଗୋଟେ ଲାଞ୍ଚ ମାଗିବା ଅଡିଓ ଭାଇରାଲ ହେଉଛି । ମୁଁ ତମ କାମ କରିଦେଲି,  ତମେ ଦେବା କଥା ହେଲେ ମୋତେ ତମକୁ ମାଗିବାକୁ ପଡୁଛି ବୋଲି ତହସିଲ ଅଫିସର ଜଣେ କର୍ମଚାରୀ କହୁଥିବା ଅଡିଓରୁ ଶୁଣିବାକୁ ମିଳୁଛି । ଖାଲି ଯେ ଏହି ୨ ଟି ଘଟଣା ନୁହେଁ  ଆଉ ଅନେକ ଲାଞ୍ଚ କାରବାର  ଖବର ରହିଛି । ତହସିଲ ଅଫିସରେ ଏଭଳି ଖୁଲମ ଖୁଲା ଲାଞ୍ଚ କାରବାର ହେଉଥିଲେ ସୁଦ୍ଧା ଲାଞ୍ଚ ମାଗୁଥିବା ଅଧିକାରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏଣୁ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଲାଞ୍ଚ ନେଇଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏନେଇ ନୂତନ ତହସିଲଦାର ଧିରଜ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ପୂର୍ବ ତହସିଲଦାର ଭିଡିଓ ଭାଇରାଲ ଘଟଣା ଉପରେ କଣ କରିଛନ୍ତି ମୁଁ ଜାଣିନି। ତାଙ୍କୁ ପଚାରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.