ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ; ବଞ୍ଚାଇଲେ ଜଣଙ୍କ ଜୀବନ

Published By : Bijay Swain | June 9, 2025 11:12 PM

ଦାରିଙ୍ଗବାଡି,୯/୬(ଆପ୍ର): ସନ୍ଧ୍ୟା ସାଢ଼େ ୭ଟା ବେଳେ ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ବଞ୍ଚିଗଲା ଜଣଙ୍କ ଜୀବନ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ସିମନବାଡ଼ି ଠାରେ । ସୀମନବାଡ଼ି ସ୍ଥିତ ଜୁଡ଼ାବାଡ଼ି ଶିବ ମନ୍ଦିର ନିକଟ ଏକ ଅବ୍ୟବହୃତ ଗଭୀର ନନ୍ଦ କୁଅରେ ଏକ ଛେଳି ପଡ଼ି ଯାଇଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଜୁଡ଼ାବାଡ଼ି ଗ୍ରାମର ଲୁଦି ପ୍ରଧାନ(୫୫) କୁଅ ମଧ୍ୟରେ ପଡି ଯାଇଥିଲେ । ନନ୍ଦ କୁଅ ଅଧିକ ଗଭୀର ହୋଇଥିବା କାରଣରୁ ଅମ୍ଳଜାନର ପରିମାଣ ବହୁତ କମ ରହିଥିଲା । ଫଳରେ ଅମ୍ଳଜାନ ଅଭାବ ଯୋଗୁଁ ନିଶ୍ବାସ ପ୍ରସ୍ୱାଶ ସଠିକ୍ ଭାବେ ନେବା ସମ୍ଭବ ହୋଇ ନଥିଲା । ତେଣୁ ଲୁଦି ପ୍ରଧାନଙ୍କୁ ଦଉଡ଼ିରେ ବାହାର କରିବା ଆଉ ସମ୍ଭବପର ହୋଇ ନଥିଲା । 

ପରେ ଗାଁର ଦୁଇ ଜଣ ବ୍ୟକ୍ତି ୨ ଥର ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଧା ଲୁଦି ପ୍ରଧାନଙ୍କୁ ଉଦ୍ଧାର କରିପାରି ନଥିଲେ । ଫଳରେ ଅଚେତ ଅବସ୍ଥାରେ ଏକ ଘଣ୍ଟା ଧରି କୁଅଁ ମଧ୍ୟରେ ମରଣ ସହ ସଂଘର୍ଷ କରିଥିଲେ ଲୁଦି । ଏହାପରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗକୁ ଫୋନ କରି ସୂଚନା ଦେବା ପରେ ଅଗ୍ନିସମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅମ୍ଳଜାନ ଥଳି ଧରି ଅଗ୍ନିଶମ କର୍ମଚାରୀ ସୁନିଲ ସାମର୍ଥ ଗଭୀର କୁଅ ମଧ୍ୟରେ ପ୍ରବେଶ କରିଥିଲେ । 

ଦୀର୍ଘ ଅଧଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ହେବା ପରେ ଅମ୍ଳଜାନ ବିହୀନ କୁଅରୁ ଲୁଦି ପ୍ରଧାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ଧବଳେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ସତ୍ୟନାରାୟଣ ବେହେରା, ଯୁଗୁନ ବେହେରା, ସଜନ ବେହେରା, ଏକାନ୍ତ ଶବର,ଦିବ୍ୟରଞ୍ଜନ ରାଉତ  ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ଅଗ୍ନିଶମ ବିଭାଗର ଆପ୍ରାଣ ଉଦ୍ୟମ ଯୋଗୁଁ ଲୁଦି ପ୍ରଧାନଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଅଗ୍ନିଶମ ବିଭାଗର ସାହସିକତା ପାଇଁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.