ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କନ୍ଧମାଳରେ ଜନନୀ ଯନ୍ତ୍ରଣା, ୪ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ

Published By : Harapriya Sethi | June 12, 2025 1:01 PM

ଫିରିଙ୍ଗିଆ, ୧୨/୦୬: କନ୍ଧମାଳ ଜିଲ୍ଲାର ପିଛା ଛାଡ଼ୁନି ସମସ୍ୟା । ରାସ୍ତା ଏବଂ ଯୋଗାଯୋଗର ଅଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକେ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଅନେକ ଉପାନ୍ତ ଗାଁକୁ ଆଜି ଯାଏ ରାସ୍ତା ନାହିଁ। ଫଳରେ ଜରୁରୀ ସମୟରେ ଗାଁରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ପହଞ୍ଚି ପାରୁନି । ଫଳରେ ଖଟିଆରେ ୪କି.ମି ବୁହା ହୋଇଛନ୍ତି ଗର୍ଭବତୀ । ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ନୂଆପଦ ପଞ୍ଚାୟତର ଗୁନ୍ଦାଦଣୀ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡେ ନାହିଁ । ଫଳରେ ପାଦଚଲା ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ୁଛି। ଗୁରୁବାର ସକାଳ ପ୍ରାୟ ୧୦ଟା ବେଳେ ଗାଁର ଜିତେନ୍ଦ୍ର ଦୀପଙ୍କ ସ୍ତ୍ରୀ ରଶ୍ମିତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗାଁକୁ କୌଣସି ଗାଡ଼ି ଆସିବା ପାଇଁ ସୁବିଧା ନଥିବାରୁ ପରିବାର ଲୋକେ ଆଶା ଦିଦି କମଳା କହଁରଙ୍କ ସହଯୋଗରେ ଗର୍ଭବତୀ ରଶ୍ମିତାଙ୍କୁ ଏକ ଖଟିଆରେ ପ୍ରାୟ ୪ କିଲୋମିଟର ଦୂର କାଳିଘଙ୍ଗାକୁ ବୋହି ଆଣିଥିଲେ। ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ତେବେ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଦୁଇଦିନ ତଳେ ଗ୍ରାମବାସୀ ଫୁଲବାଣୀ ଆସି ଜିଲାପାଳଙ୍କୁ ମଧ୍ୟ ଏବାବଦରେ ଅଭିଯୋଗ କରି ଜଣାଇଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.