ପ୍ରମୂଖ ଖବର
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଦୀର୍ଘ ବର୍ଷେ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କ ମୃତ ପ୍ରଣାମ ପତ୍ର

Published By : Bijay Swain | June 18, 2025 8:43 PM

ଫିରିଙ୍ଗିଆ, ୧୮/୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତ ଲତପଙ୍ଗିଆ ଗାଁର ସୁନିଆ ମତି ଦିଗାଲ। ବୟସ ୨୬ ବର୍ଷ। ଗତ ୨୦୨୪ ମସିହାରେ ସୁନିଆ ମତିଙ୍କ ସ୍ୱାମୀ ଗୌତମ ଦିଗାଲ ରାଜସ୍ଥାନର ହନୁମାନଗଡ଼ ଅଞ୍ଚଳକୁ ଦାଦନ ଖଟିବାକୁ ଜାଇଥିଲେ। କିଛି ଦିନ ପରେ କାମ କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ସ୍ୱାମୀଙ୍କ ମୃତ୍ୟୁ ପରେ ସୁନିଆ ମତି ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ନିଜର ୨ ପୁଅ ଓ ଗୋଟିଏ ଝିଅ ସହ ୪ ଜଣଙ୍କୁ ନେଇ ବହୁ ଅସୁବିଧାରେ ଚଳୁଥିଲେ। ବଡ଼ ଝିଅର ବୟସ ୬ ବର୍ଷ ହୋଇଥିବାରୁ ଝିଅର ପାଠ ପଢିବା ପାଇଁ ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର ଆବଶ୍ୟକ ହୋଇଥିଲା। 

ପ୍ରାୟ ଦେଢ଼ ବର୍ଷ କାଳ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବିଡ଼ିଓ ଏମିତି କି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ସ୍ୱାମୀଙ୍କ ମୃତ୍ୟୁ ବାହାର ରାଜ୍ୟରେ ହୋଇଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରୁନଥିଲା l ପାଠ ପଢିବା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଏବଂ ଜାତି ପ୍ରମାଣ ପତ୍ର ଆବଶ୍ୟକତା ଥିବା ଏବଂ ପ୍ରମାଣ ପତ୍ର ରାଜସ୍ଥାନରୁ ମିଳିବା କହିବା ପରେ ପିଲାଙ୍କ ପାଠ ପଢାକୁ ନେଇଁ ଚିନ୍ତାରେ ଥିଲେ ସୁନିଆ ମତି l ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମର ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା। 

ତେବେ ଦୀର୍ଘ ୧ ବର୍ଷ ପରେ ସୁନିଆ ମତି ନିଜ ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଇବା ପରେ ନିଜେ ଖୁସି ବ୍ୟକ୍ତ କରିବା ସହ ନିଜ ଝିଅ ପାଠ ପଢ଼ିପାରିବ ବୋଲି କହିଛନ୍ତି। ଏହା ବିଭିନ୍ନ ଗଣମାଧ୍ୟମର ଖବର କାଗଜରେ ବାହାରିବା ପରେ ମୃତ ପ୍ରମାଣ ପତ୍ର ପାଇଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.