ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya | April 7, 2025 8:33 AM

ଭୁବନେଶ୍ୱର,୦୭/୦୪: ଆସନ୍ତା  ସପ୍ତାହରେ ଓଡ଼ିଆ ନବ ବର୍ଷ ପାଳନ ହେବ । ତେବେ ଏହା ପୂର୍ବରୁ ବିଜୁ  ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସରିବାକୁ ଯାଉଛି । ନୂଆ ରାଜ୍ୟ କମିଟି ସହ ଜିଲ୍ଲାରେ ବି ଦାୟିତ୍ୱ ନେବେ ବିଜେଡି ନେତା । ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ  ନେଇ ଆଜି ଅପରାହ୍ନ ୪ଟା  ୩୦ରେ ଶଙ୍ଖ ଭବନରେ ଜିଲ୍ଲା ନିର୍ବାଚନ  ଅଧିକାରୀଙ୍କ ସମେତ ଏଆର୍‌ଓମାନଙ୍କ  ବୈଠକ ହେବାକୁ ଯାଉଛି । 

ବିଜେଡି ନେତାମାନେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ସଭାପତି ଭାବେ ପାଇବାକୁ ଇଚ୍ଛା ପ୍ରକାଶ କରି ତାଙ୍କ ନେତୃତ୍ୱରେ ସଙ୍ଗଠନକୁ ଆଗେଇବାକୁ  ରଣନୀତି ପ୍ରସ୍ତୁତ କରିଛନ୍ତି । ଦଳର ସଭାପତି ନିର୍ବାଚନ ସହ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ରାଜ୍ୟ ପରିଷଦ  (ଷ୍ଟେଟ୍‌ କାଉନସିଲ) ସଦସ୍ୟ ବି  ନିର୍ବାଚିତ ହେବେ । ଜିଲ୍ଲା ନିର୍ବାଚନ  ଅଧିକାରୀମାନଙ୍କୁ ଚିଠି କରି ବୈଠକରେ  ଉପସ୍ଥିତ ରହିବାକୁ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ  ଅବଗତ କରିଛନ୍ତି । ଏହି ବୈଠକରେ  ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ  ଏଆରଓମାନଙ୍କ ତାଲିକା ସହ ଫୋନ  ନମ୍ୱର ଓ ଠିକଣା ସହ ପୌର,  ପଞ୍ଚାୟତ, ୱାର୍ଡ ସଭାପତି, ବ୍ଳକ  ସଭାପତିମାନଙ୍କ ଫୋନ ନମ୍ୱର ଏବଂ  ଠିକଣା ଦାଖଲ କରିବେ । 

ଫେବ୍ରୁଆରୀ  ପ୍ରଥମ ସପ୍ତାହରେ ଡିଆର୍‌ଓ ବା  ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ  ହୋଇଥିଲେ । ସେମାନେ ଜିଲ୍ଲା  ସଭାପତି ନିର୍ବାଚିନ ପ୍ରକ୍ରିୟା ଆଗେଇ  ନେଇଛନ୍ତି । ଡିଆର୍‌ଓ ନିଯୁକ୍ତିର ୧୦  ଦିନ ପରେ ବିଧାନସଭା ନିର୍ବାଚନ  ଅଧିକାରୀ ବା ଏଆର୍‌ଓ ନିଯୁକ୍ତି ପାଇ  ପଞ୍ଚାୟତ ଓ ପୌର ସଭାପତି ନିର୍ବାଚନ  ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । ଜିଲ୍ଲା  ସଙ୍ଗଠକମାନଙ୍କ ସହ ଆଲୋଚନା  କରି ଦକ୍ଷ ନେତାଙ୍କୁ ଜିଲ୍ଲା ସଭାପତି  କରାଯିବ । ଦଳ ସମ୍ୱିଧାନ ଅନୁସାରେ  ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି ବୋଲି  ବିଜେଡିର ବରିଷ୍ଠ ନେତା ସୂଚନା  ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.