ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ପ୍ରମେୟ ପ୍ରଭାବ: ସୀମାନ୍ତ ମୋଟୁ ମୁଗି ପଏଣ୍ଟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ମିଳିଲା ସମ୍ମାନ, ମଧୁସୂଦନ ପାର୍କର ହେଲା ଉନ୍ନତିକରଣ…

Published By : Prameya | April 7, 2025 7:59 PM

ମାଲକାନଗିରି ୭/୪ ଗତ ୨ ତାରିଖରେ ପ୍ରମେୟ ଖବର କାଗଜରେ ସୀମାନ୍ତ ମୋଟୁରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ହୋଇଥିବା ଖବର ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ପାଳନ କରାଯାଇ ନଥିବା ଓଡ଼ିଶା ଦିବସ ସ୍ୱତନ୍ତ୍ର ପ୍ରକାଶିତ ଖବର ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ପ୍ରମେୟ ଖବର କାଗଜରେ ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ବିଡିଓ, ମୋଟୁ ତହସିଲଦାର ସୀମାନ୍ତ ମୋଟୁ ତ୍ରୀନଦୀ ସ୍ଥଳ ମୁଗି ପଏଣ୍ଟ ମଧୁସୂଦନ ପାର୍କ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଯୁଦ୍ଧ କାଳୀନ ଭିତିରେ ସେଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ସୀମାନ୍ତ ପିଲରକୁ ସଫାସୁତରା କରି ନୂଆ ରଙ୍ଗ ଦେଇଛନ୍ତି ।  ପାର୍କ ସ୍ଥଳରୁ ଅଳିଆ ଆବର୍ଜନା ହଟାଇ ପାର୍କର ନବୀକରଣ କରିଛନ୍ତି । ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ କରିଛନ୍ତି । ପବିତ୍ର ଉତ୍କଳ ଦିବସରେ ଏହି ସବୁ କଥା ଭୁଲି ଯାଇଥିବା ବେଳେ ପ୍ରମେୟରେ ଖବର ପ୍ରକାଶିତ ପରେ ପ୍ରଶାସନର ଚେତା ପଶିଥିଲା । ମୋଟୁ ଅଞ୍ଚଳବାସୀ ପ୍ରମେୟ ଖବର କାଗଜକୁ ସାଧୁବାଦ ଜଣାଇଛନ୍ତି। ସମଗ୍ର ରାଜ୍ୟରେ ଏପ୍ରିଲ ୧ ତାରିଖକୁ ଆଡ଼ମ୍ବର ସହକାରେ ଓଡିଶା ଦିବସ ଭାବେ ପାଳନ କରାଯାଇ ସଂଗ୍ରାମୀ ଓ ମହାପୁରୁଷ ଶ୍ରଦ୍ଧାଞ୍ଜଳୀ ଜଣାଯାଉ ଥିବାବେଳେ ଓଡିଶାର ଶେଷ ସୀମା ମାଲକାନଗିରି ଜିଲ୍ଲା ମୋଟୁ ଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ସହ ପାଳନ ହୋଇନଥିଲା ଓଡିଶା ଦିବସ । 

ସୀମାନ୍ତ ମୋଟୁ ସାବେରୀ, ସିଲେରୁ ଚିନାଗୋଦାବରୀ ତ୍ରୀ ନଦୀ ସଙ୍ଗମ ସ୍ଥଳ ମୁଗି ପଏଣ୍ଟ ଠାରେ ଅଛି ମଧୁସୂଦନ ପାର୍କ । ଏଠାରେ   ଓଡିଶା ସରକାରଙ୍କ ପକ୍ଷରୁ ଓଡିଶା, ଆନ୍ଦ୍ର ପ୍ରଦେଶ, ତେଲଙ୍ଗନା, ଛତିଶଗଡ଼ ଚାରୀ ରାଜ୍ୟ ସୀମାନ୍ତର ପ୍ରତିକ ପିଲର ପ୍ରତିଷ୍ଠା ସହିତ ଉତ୍କଳ ଗୌରବ ମଧୁବାବୁ, ଉତ୍କଳମଣି ପଣ୍ଡିତ ଗୋପନ୍ଧୁ, ସୁବାଷ ବୋଷ ଓ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଓଡିଶାର ଶେଷ ସୀମା କୁହାଯାଉଥ‌ିବା ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅନ୍ତର୍ଗତ ମୂଗି ପଏଣ୍ଟ ଠାରେ ତହସିଲ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପ୍ରତିବର୍ଷ ମହା ସମାରୋହରେ ପାଳିତ ହେବା ସହିତ ସେଠାରେ ଥ‌ିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍ସବ ପାଳନ ହୋଇ ଆସୁଥିଲା। ମାତ୍ର ଚଳିତବର୍ଷ ତହସିଲ କିମ୍ବା ପଞ୍ଚାୟତ ପକ୍ଷରୁ ଓଡିଶା ଦିବସ ପାଳନ ହୋଇ ନାହିଁ କି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରାଯାଇ ନଥିବାର ଖବର ପ୍ରକାଶିତ ହୋଇଥିଲା।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.