ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ସୁପ୍ରିମକୋର୍ଟରେ ୱାକଫ୍ ବିଲ୍ ବିରୋଧରେ ୧୦ ଯାଚିକା ଦାୟର, ଜାଣନ୍ତୁ କଣ କହିଲେ ସିଜେଆଇ ?

Published By : Ankita S | April 7, 2025 1:15 PM

ନୂଆଦିଲ୍ଲୀ,୦୭/୦୪: ବିରୋଧୀଙ୍କ ବିରୋଧ ଭିତରେ ଉଭୟ ଗୃହରେ ପାରିତ ହେଲା ୱାକଫ୍ ସଂଶୋଧନ ବିଲ୍ । ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ୍‌ରେ ପରିଣତ ହେଲା । ତଥାପି ବିଲ୍‌କୁ ସମର୍ଥନ କରୁନାହାନ୍ତି ବିରୋଧୀ ଦଳ । ସଂସଦ ପରେ ସୁପ୍ରିମକୋର୍ଟରେ ୱାକଫ୍ ବିଲ୍ ବିରୋଧରେ ମୋର୍ଚ୍ଚା କରିଛନ୍ତି ବିରୋଧୀ ଦଳ । ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ, ଆପ୍ ଓ ଏଆଇଏମ୍‌ଆଇଏମ ଦଳ । ୧୦ ଯାଚିକା ଦାୟର ହୋଇଛି ।

ଦାୟର ହୋଇଥିବା ସମସ୍ତ ଯାଚିକାରେ ଗୋଟିଏ କଥା ଦର୍ଶାଯାଇଛି କି ମୁସଲମାନଙ୍କ ଧାର୍ମିକ ସ୍ବତନ୍ତ୍ରତା ଛଡାଇ ନେବାକୁ ୱାକଫ୍ ବିଲ୍ ଏକ ଷଡ଼ଯନ୍ତ୍ର । ଯାଚିକାରେ ଆଇନ୍‌କୁ ଅସମ୍ବିଧାନିକ ଘୋଷଣା କରିବାକୁ ଦାବି ହୋଇଛି । ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଯାଚିକାରେ ଦାବି କରିଛନ୍ତି ବିରୋଧୀ ଦଳ । ଏହାରି ମଧ୍ୟରେ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍ ପକ୍ଷରୁ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ଗଠିତ ଖଣ୍ଡପୀଠଙ୍କ ନିକଟରେ ସ୍ଥାପନ କରାଯାଇଛି । ଅପରାହ୍ନ ୨ଟାରେ ବିଚାର କରାଯିବ ବୋଲି କହିଛନ୍ତି ସିଜେଆଇ । ମାମଲା ଉପରେ କେବେ ଶୁଣାଣି କରାଯିବ ତାହା ସ୍ଥିର ହେବ ।

ବିଲ୍‌କୁ କଂଗ୍ରେସ, ଆପ୍ ସମେତ ଏଆଇଏମ୍‌ଆଇଏମ୍ ଭଳି ଦଳ ବିରୋଧ କରିଛନ୍ତି । ବିଲ୍‌ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପ୍‌ ବିଧାୟକ ଅମାନୁତୁଲ୍ଲା ଖାନ୍ ପିଟିସନ୍ ଦାଖଲ କରିଛନ୍ତି । ୱାକଫ୍‌କୁ ନେଇ ସରକାରଙ୍କ ଏହି ପଦକ୍ଷେପ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବ ବୋଲି ସେ କହିଛନ୍ତି । କିଛି ରାଜ୍ୟରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବି କରାଯାଇଥିଲା । କଂଗ୍ରେସ ସାଂସଦ ମହମ୍ମଦ ଯାଦବ, ଏଆଇଏମ୍ଆଇଏମ ଅଧ୍ୟ ଅସଦୁଦ୍ଦିନ ଔୱେସି ଯାଚିକା ଦାୟର କରିଥିଲେ । ଦେଶବ୍ୟାପୀ ଆନ୍ଦୋଳନ କରିବା ବୋଲି କହିଛି ମୁସଲିମ୍ ଲ' ବୋର୍ଡ଼ ।

ଅଧିକ ପଢନ୍ତୁ...ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍

କହି ରଖୁଛୁ କି, ଆଇନରେ ପରିଣତ ହୋଇଛି ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା । ଲୋକସଭାରେ ବିଲ୍‌ ସପକ୍ଷରେ ୨୮୮ ଓ ବିରୋଧରେ ୨୩୨ ଭୋଟ ପଡ଼ିଥିଲା । ରାଜ୍ୟସଭାରେ ବିଲ୍‌ ସମର୍ଥନରେ ୧୨୮ ଖଣ୍ଡ ଭୋଟ ପଡ଼ିଥିଲା ବେଳେ ବିରୋଧରେ ୯୫ ଭୋଟ୍‌ ପଡ଼ିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.