ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ମହିଳାଙ୍କ ହେଲା ମୃତ୍ୟୁ, ଇଣ୍ଡିଗୋର ଜରୁରୀ ଅବତରଣ

Published By : Prameya | April 7, 2025 8:08 PM

ନୂଆଦିଲ୍ଲୀ,୭।୪: ମୁମ୍ବାଇରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ଜରୁରୀ ଅବତରଣ। ରବିବାର ରାତିରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ବିମାନବନ୍ଦରରେ କରିବାକୁ ପଡିଥିଲା ଅବତରଣ । ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ, ମଝି ଆକାଶରେ ଜଣେ ୮୯ ବର୍ଷୀୟା ମହିଳା ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ଅବତରଣ କରିବା ପରେ, ଡାକ୍ତରୀ ଦଳ ତୁରନ୍ତ ଯାଞ୍ଚ ପାଇଁ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା।

ଇଣ୍ଡିଗୋ ଅନୁଯାୟୀ, ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ବାସିନ୍ଦା ସୁଶୀଳା ଦେବୀ ମୁମ୍ବାଇରୁ ବାରାଣସୀ ଯାଉଥିବା ବିମାନରେ ଚଢ଼ିଥିଲେ। ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ସୁଶୀଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା, ଯାହା ଫଳରେ ରାତି ପ୍ରାୟ ୧୦ଟା ବେଳେ ବିମାନକୁ ଚିକଲଥାନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

ବିମାନ ଅବତରଣ କରିବା ମାତ୍ରେ, ଡାକ୍ତରୀ ଦଳ ଶୀଘ୍ର ଯାଞ୍ଚ ପାଇଁ ପହଞ୍ଚିଲେ ଏବଂ ଜଣାପଡିଲା ଯେ ସୁଶୀଳା ଦେବୀଙ୍କ ମୃତ୍ୟୁ ହୋଇସାରିଛି। ଏହା ପରେ, ବିମାନ ଛାଡ଼ିବା ପୂର୍ବରୁ, MIDC CIDCO ପୋଲିସ ଷ୍ଟେସନ ଆବଶ୍ୟକୀୟ ଔପଚାରିକତା ଶେଷ କରିଥିଲା, ତା'ପରେ ବିମାନଟି ବାରାଣସୀ ଅଭିମୁଖେ ଯାତ୍ରା କରିଥିଲା। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ପୋଲିସ ଯାତ୍ରୀଙ୍କ ମୃତଦେହକୁ ଛତ୍ରପତି ସମ୍ଭାଜୀନଗରର ଏକ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛି। ଘଟଣା ପରେ, କିଛି ସମୟ ପାଇଁ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡିଥିଳେ। ଏହି ଦୁଃଖଦ ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସ ପୀଡିତଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.