ନୂଆଦିଲ୍ଲୀ, ୭।୩୮: ସତର୍କ କରାଇଲା ପାଣିପାଗ ବିଭାଗ । ଦେଶର ଏକାଧିକ ରାଜ୍ୟରେ ରେକର୍ଡ ଭାଙ୍ଗିବ ତାପମାତ୍ରା । କେଉଁ କେଉଁ ରାଜ୍ୟକୁ ରହିଛି ସତର୍କ ସୂଚନା ଆସନ୍ତୁ ଜାଣିବା । ଚଳିତ ମାସ ଆରମ୍ଭରୁ ତାତି ଆହପିର ବଢ଼ିବାରେ ଲାଗିଛି । ଉତ୍ତର ଭାରତରେ ମଧ୍ୟ ଉତ୍ତାପ ବଢ଼ିବାରେ ଲାଗିଛି । ଏପ୍ରିଲ୍ ଆରମ୍ଭରେ ଦେଶର ଅନେକ ସହରରେ ଦେଶର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି । ୪୨ରୁ ଅଧିକ ଡିଗ୍ରୀ ସେଲସିୟସ୍ ୫ଟି ରାଜ୍ୟରେ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନ ପାଇଁ ରାଜସ୍ଥାନ, ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ତାତି ଆହୁରି ବଢ଼ିବ । ଏପ୍ରିଲ ପ୍ରଥମ ସପ୍ତାହ ଅନେକ ସହରର ତାପମାତ୍ରାରେ ବଡ଼ ପରିବର୍ତ୍ତନ ଦେଖାଦେବ । ଯାହା ୩ ଡିଗ୍ରୀରୁ ୬.୯ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ।
ଆଗାମୀ ଦିନରେ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ହିଟ୍ୱେଭ୍ ଜାରି କରାଯାଇଛି । ଏଥିସହ ଦିଲ୍ଲୀରେ ୟେଲା ଆଲର୍ଟ, ଗୁଜୁରାଟରେ ରେଡ୍ ଆଲର୍ଟ ଓ ରାଜସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ କହିଛି, ସନ୍ଧ୍ୟାରେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହିବ । ରବିବାର ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଏହା ସାଧାରଣରୁ .୬.୮ ଡିଗ୍ରୀ ଅଧିକ । ଭାରତୀୟ ପାଣିପାଗ ବିଭାଗ କହିଛି, ଏପ୍ରିଲ୍ ୬-୧୦ ମଧ୍ୟରେ କେତେକ ସ୍ଥାନରେ ଝାଞ୍ଜି ପବନ ବହିବ । ଏହି ସମୟ ମଧ୍ୟରେ ରାଜସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ । ରାଜସ୍ଥାନ ସମେତ ହରିୟାଣା, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ।