ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

‘ମୁସଲମାନଙ୍କ ମୌଳିକ ଅଧିକାରର ଉଲଂଘନ’, ୱାକଫ ଆଇନକୁ ସୁପ୍ରିମକୋର୍ଟରେ ଡିଏମକେର ଚ୍ୟାଲେଞ୍ଜ

Published By : Prameya | April 7, 2025 8:19 PM

ନୂଆଦିଲ୍ଲୀ,୭।୪: ୱାକଫ ବୋର୍ଡ ସଂଶୋଧନ ଆଇନ ୨୦୨୫ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ଅନେକ ଆବେଦନ ଦାଖଲ ହୋଇଛି। ଏବେ ଦ୍ରାବିଡ ମୁନେତ୍ର କାଝଗମ (DMK) ଦଳ ଏହି ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଡିଏମକେ ଏହି ଆଇନକୁ ଚ୍ୟାଲେଞ୍ଜ କରି କହିଛି,  ଏହି ଆଇନ ତାମିଲନାଡୁର ପ୍ରାୟ ୫୦ ଲକ୍ଷ ମୁସଲମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରେ, ଏହା ସହ ସାରା ଦେଶର ପ୍ରାୟ ୨୦କୋଟି ମୁସଲମାନଙ୍କ ମୌଳିକ ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। 

ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଅନେକ ଆବେଦନ ଦାଖଲ ହୋଇଛି।  ସମସ୍ତ ଆବେଦନରେ କେବଳ ଗୋଟିଏ କଥା କୁହାଯାଇଛି ୱାକଫ ବୋର୍ଡ ସଂଶୋଧନ ଆଇନ ୨୦୨୫ ମୁସଲମାନମାନଙ୍କର ଧାର୍ମିକ ସ୍ୱାଧୀନତା ଛଡ଼ାଇ ନେବାର ଏକ ଷଡ଼ଯନ୍ତ୍ର। ଆବେଦନଗୁଡ଼ିକରେ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବାକୁ ଦାବି କରାଯାଇଛି।  ଦାଖଲ କରାଯାଇଥିବା ଯାଚିକାରେ ସୁପ୍ରିମକୋର୍ଟଙ୍କୁ ଶୀଘ୍ର ଶୁଣାଣି ପାଇଁ ଆବେଦନକାରୀମାନେ ନିବେଦନ କରିଛନ୍ତି।

ଏପର୍ଯ୍ୟନ୍ତ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ, AIMIM ସଭାପତି ଅସଦୁଦ୍ଦିନ ଓୱେସି, ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନ, ଆସୋସିଏସନ ଫର୍ ଦି ପ୍ରୋଟେକ୍ସନ ଅଫ୍ ସିଭିଲ ରାଇଟ୍ସ (APCR), ଜମିୟତ ଉଲେମା-ଏ-ହିନ୍ଦ ଅଧ୍ୟକ୍ଷ ମୌଲାନା ଅର୍ସଦ ମଦାନୀ, କେରଳର ସର୍ବୋଚ୍ଚ ମୁସଲିମ ସଂଗଠନ ସମସ୍ତ କେରଳ ଜାମିଆତୁଲ ଉଲେମା, SDPI, ତୈୟବ ଖାନ ସଲମାନୀ, ଅଞ୍ଜୁମ କାଦରୀ ଏବଂ ଇଣ୍ଡିଆନ ମୁସଲିମ ଲିଗ ଦ୍ୱାରା ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.