ମୁମ୍ୱାଇ : ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ରାମାୟଣ’କୁ ଦର୍ଶକ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିବେ ,ଅନ୍ୟପଟେ ସାଉଥ୍ର ଚାର୍ମିଂ ଅଭିନେତ୍ରୀ ସାଇ ପଲ୍ଲବୀ ସୀତା ମାତାଙ୍କ ଚରିତ୍ରରେ ନଜର ଆସିବେ। ମେକର୍ସ ରାମନବମୀରେ ପ୍ରଶଂସକଙ୍କୁ ସପ୍ରାଇଜ୍ ଦେଇ ଏକ ପୋଷ୍ଟର ରିଲିଜ୍ କରିଛନ୍ତି , ଯେଉଁଥିରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ବ୍ୟାକ୍ ସାଉଡ୍ରୁ ନଜର ଆସୁଛନ୍ତି। ଏହି ପୋଷ୍ଟର ଦେଖିବା କ୍ଷଣି ପ୍ରଶଂସକଙ୍କ ଖୁସି ଓ ଉତ୍କଣ୍ଠାର ଠିକଣା ନଥିଲା, କିନ୍ତୁ କିଛି ମିନିଟ୍ ପରେ ତାଙ୍କର ଖୁସି ମିଳାଇ ଗଲା , ଯେତେବେଳେ ସେମାନେ ଜାଣିଲେ ଯେ , ଏହା ବାସ୍ତବରେ ଏକ ଫ୍ୟାନ୍ ମେଡ୍ ପୋଷ୍ଟର। ମୂଳ ପୋଷ୍ଟର ନୁହେଁ।
'ରାମାୟଣ'ର ଡାଇରେକ୍ଟର ନିତେଶ ଲେଖିଛନ୍ତି ପୋଷ୍ଟରେ –
ନମିତ ମଲହୋତ୍ରା ଓ ନିତେଶ ତିୱାରୀଙ୍କ ଏହି କୋଲାବ୍ ପୋଷ୍ଟର କ୍ୟାପସନରେ ମେକର୍ସ ଲେଖିଛନ୍ତି , ଆମର ଭଗବାନ ଶ୍ରୀରାମଙ୍କର ଜନ୍ମ , ଯିଏକି ନିଜ ଜୀବନର ସବୁ ଧର୍ମ , ସହିଷ୍ଣୁତା ଓ କ୍ଷମତାର ମାର୍ଗ ଦେଖାଇଛନ୍ତି। ତାଙ୍କର ଗୁଣ କେବଳ ତାଙ୍କୁ ଆଦର୍ଶ ପୁରୁଷ କରିନାହିଁ, ବରଂ ଏହି ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତଙ୍କ ପ୍ରତି ତାଙ୍କର ଖୁବ୍ ଭଲ ପାଇବା , ତାଙ୍କୁ ଆମର ଭଗବାନ କରିଛି। ମେକର୍ସ ପ୍ରଶଂସକଙ୍କୁ ରାମନବମୀର ଶୁଭକାମନା ଜଣାଇଛନ୍ତି ଏବଂ ଶେଷରେ ଏହି ପୋଷ୍ଟର ପ୍ରସ୍ତୁତ କରିଥିବା ନୂଆ କନସେପ୍ଟକୁ ଧନ୍ୟବାଦ ଦେଇଛନ୍ତି। ଯାହାକୁ ଶେଷରେ ପଢି ପ୍ରଶଂସକଙ୍କ ସବୁ ଉତ୍କଣ୍ଠା ଉଭାନ ହୋଇ ଯାଇଛି।
ନିତେଶ ତିୱାରୀଙ୍କର ଏହି ପୋଷ୍ଟରେ ପ୍ରଶଂସକଙ୍କୁ ପ୍ରଥମେ ଯେତେ ଖୁସି ଆସିଥିଲା, ପରେ ସେତିକି ବିରକ୍ତ ଭାବ ଆସି ଥିଲା। ଫଳରେ କମେଣ୍ଟ ସେକ୍ସନରେ ଲୋକେ ପ୍ରତିକ୍ରିୟା ଲେଖିବା ଆରମ୍ଭ କରି ଦେଇଛନ୍ତି। ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି- ଆମେ ଆନାଉନ୍ସମେଣ୍ଟ ଟିଜରକୁ ଅପେକ୍ଷା କରୁଛୁ। ସେପଟେ ଅନ୍ୟ ଜଣେ ଲେଖିଛନ୍ତି –ରଣବୀରଙ୍କର ରାମାୟଣର ଟିଜର ପୋଷ୍ଟ କରନ୍ତୁ। ଜଣେ ଫଲୋୟର ଲେଖିଛନ୍ତି – ଜୟ ଶ୍ରୀରାମ । ମୋତେ ଲାଗିଲା ମୂଳ ପୋଷ୍ଟର। ଏହିପରି ଅନେକ କମେଣ୍ଟ ଲୋକେ ଏହି ପୋଷ୍ଟରରେ କରିଛନ୍ତି ଏବଂ ମୂଳ ପୋଷ୍ଟର ପୋଷ୍ଟ କରିବା ବଦଳରେ ଏକ ଫ୍ୟାନ୍ ମେଡ୍ ପୋଷ୍ଟର ରିଲିଜ୍ କରିବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି।