ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

‘ଦେବରା-୨’ର ହେବ ସିକ୍ୱେଲ, ଚର୍ଚ୍ଚା ଉପରେ ମୋହର ମାରିଲେ ଜୁନିୟର ଏନ୍‌ଟିଆର

Published By : Prameya | April 6, 2025 11:04 AM

ମୁମ୍ବାଇ ୦୬/୦୪: ଗତ ବର୍ଷର ଅନ୍ୟତମ ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା ‘ଦେବରା- ୧’ । ୨୦୨୨ରେ ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସଫଳତା ପରେ ଏହା ଥିଲା ଏନ୍‌ଟିଆର୍‌ଙ୍କ ବଡ଼ ବଜେଟ୍‌ ପ୍ରୋଜେକ୍ଟ । ପ୍ରଥମ ଭାଗକୁ ଆଶାନୁରୂପ ସଫଳତା ନ ମିଳିବାରୁ ୨ୟ ଭାଗକୁ ନେଇ ଦ୍ୱନ୍ଦ୍ୱ ଥିଲା । ଏବେ ଏହାର ସିକ୍ୱେଲ ବିଷୟରେ କହିଛନ୍ତି ଜୁନିୟର ଏନ୍‌ଟିଆର । ମ୍ୟାଡ୍‌ ସ୍କେ୍ୱୟାରର ଗ୍ରାଣ୍ଡ୍‌ ସକ୍ସେସ୍‌ ସେଲିବ୍ରେସନ୍‌ରେ ଯୋଗ ଦେଇ ଲୋକଙ୍କ ଗହଣରେ ସେ କହିଲେ ‘ଦେବରା-୨ ହେବ ନାହିଁ ବୋଲି କିଛି ଲୋକ କହୁଛନ୍ତି । କିନ୍ତୁ ମୁଁ କହୁଛି, ୨ୟ ଭାଗ ନିଶ୍ଚୟ ହେବ । ପ୍ରଶାନ୍ତ ନୀଲଙ୍କ ପ୍ରୋଜେକ୍ଟ ଯୋଗୁ ଫିଲ୍ମର କାମ ଟିକିଏ ଅଟକିଛି । ଜୁନିୟର ଏନ୍‌ଟିଆର୍‌ଙ୍କ ଘୋଷଣା ପରେ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । 

ଏହି କାର୍ଯ୍ୟକ୍ରମରେ ଜୁନିୟର ଏନ୍‌ଟିଆର୍‌ ତାମିଲ ଫିଲ୍ମମେକର ନେଲ୍‌ସନ ଦିଲୀପ କୁମାରଙ୍କ ସହ ନୂଆ ପ୍ରୋଜେକ୍ଟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ନାଗା ଭାମ୍‌ସୀ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବେ । କୋରତାଲା ଶିବାଙ୍କ ନିର୍ଦ୍ଦେଶିତ ‘ଦେବରା-୧’ ୨୦୨୪ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ଜରିଆରେ ଜାହ୍ନବୀ କପୁର ତେଲୁଗୁ ସିନେମାରେ ଏଣ୍ଟ୍ରି କରିଥିଲେ । ସୈଫ ଅଲି ଖାନ୍‌, ପ୍ରକାଶ ରାଜ, ଶ୍ରୀକାନ୍ତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଜୁନିୟର ଏନ୍‌ଟିଆର୍‌ଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ୱାର୍‌-୨’ । ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ଏହି ପ୍ରୋଜେକ୍ଟର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ମୁଖ୍ୟ ଭୂମିକାରେ ଅଛନ୍ତି ଋତ୍ୱିକ ରୋଶନ । ଆସନ୍ତା ୧୪ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.