ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଜିଲ୍ଲାସ୍ତରୀୟ ବର୍ଣ୍ଣବୋଧ ବଣ୍ଟନ, ବର୍ଣ୍ଣବୋଧ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ…

Published By : Prameya | April 7, 2025 5:10 PM

ଜହ୍ନ।ପଙ୍କ ୭/୪: ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକୃର ଜାନୀ ମଞ୍ଚାସୀନ ଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଲିଆର ସିଂ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । 

ଉକ୍ତ ଅବସରରେ ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ମଧୁ ସୁଦନ ରାଓଙ୍କ ଓଡିଆ ବର୍ଣ୍ଣବୋଧ ବଣ୍ଟନ କରା ଯାଇଥିଲା l ସେହିପରି ଜିଲ୍ଲାପାଳ ଓ ଅନ୍ୟ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ଅନ୍ୟ  ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସମାଜ ମଂଗଳ ଅଧିକାରୀ ଗୋପାଳ କୃଷ୍ଣ ମଲ୍ଲିକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ୱାହିଦା ବେଗମ, ସିଆରସିସି ରଶ୍ମି ରଞ୍ଜନ ଦାଶ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l ଶେଷରେ ଗୋଷ୍ଠି ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.