ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ସୋଆ ଏସ୍‌ଏଚ୍‌ଏମ୍‌ ପକ୍ଷରୁ ଏପ୍ରିଲ୍ ୯ରୁ ଆରମ୍ଭ ହେବାକୁ ଯାଉଛି ପାଞ୍ଚ ଦିନିଆ ‘ପଖାଳ ଉତ୍ସବ’, ପ୍ରସ୍ତୁତ ହେବ ବିଭିନ୍ନ କିସମର ବ୍ୟଞ୍ଜନ…

Published By : Prameya | April 7, 2025 8:35 PM

ଭୁବନେଶ୍ୱର ୦୭/୦୪: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ। ଯଦିଓ ଖରା ଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ଓଡ଼ିଶାରେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି। ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌ ) ପକ୍ଷରୁ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍‌ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି। 

ପାଂଚ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ପଖାଳ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । 

ପଖାଳ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏହା ଶ୍ରୀମନ୍ଦିରରେ ଭୋଗ ଲାଗିଥାଏ। ନେପାଳ, ବାଂଲାଦେଶ ଓ ମିଆଁମାର ଭଳି ଦେଶ ଗୁଡ଼ିକରେ ମଧ୍ୟ ଲୋକମାନେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । ଅତିଥି ମାନଙ୍କୁ ଏସ୍‌ଏଚ୍‌ଏମ୍‌ରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ। ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ମାନେ ହିଁ ସଂଚାଳନ କରିବେ ।

ଏହି ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ରହିଛି । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି - ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ମାଛ ଭଜା, ମାଛ କାଲିଆ, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ଇତ୍ୟାଦି ପରିବେଷଣ କରାଯିବ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.