ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

'ଯୁବ ଖେଳାଳିଙ୍କ ପାଇଁ ଧୋନୀଙ୍କୁ ଅବସର ନେବା ଦରକାର', କାହିଁକି ଏମିତି କହିଲେ ୱାସିମ୍ ଜାଫର ?

Published By : Ankita S | April 7, 2025 2:02 PM

ନୂଆଦିଲ୍ଲୀ,୦୭/୦୪: ପୂର୍ବ ପରି ଧୋନୀଙ୍କ ବ୍ୟାଟିଂରେ ଆଉ ଚମକ ଦେଖିବାକୁ ମିଳୁନାହିଁ । ଆଇପିଏଲରୁ ସେ ଅବସର ନେବା ଚର୍ଚ୍ଚା ହେଉଛି । ଏହାରି ଭିତରେ ପୂର୍ବତନ କ୍ରିକେଟର ୱାସିମ୍ ଜାଫର ଏକ ବାୟନ ଦେଇଛନ୍ତି । ଧୋନୀଙ୍କୁ ଖେଳୁଥିବା ଦେଖି ମୋତେ ଟିକେ ଦୁଃଖ ଲାଗୁଛି । ଯୁବ ଖେଳାଳିଙ୍କ ପାଇଁ ସେ ଅବସର ନିଅନ୍ତୁ ବୋଲି କହିଛନ୍ତି ୱାସିମ୍ ଜାଫର ।

ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବିଫଳ ହୋଇଥିଲେ ଧୋନୀ । ଯାହାକୁ ନେଇ ସିଏସକେରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିଛି । ଧୋନୀଙ୍କୁ ୪୩ ବର୍ଷ ହୋଇଛି । ତଥାପି ସେ ଆଇପିଏଲ ଖେଳୁଛନ୍ତି । ତାଙ୍କର ଏହି ପ୍ରଦର୍ଶନ ପୂର୍ବ ପରି ନାହିଁ ବୋଲି କିଛି କ୍ରିକେଟ ବିଶେଷଜ୍ଞ କହିଛନ୍ତି । ତାଙ୍କୁ ଏବେ ଆଇପିଏଲରୁ ଅବସର ନେବା କଥା । ସେ ଦଳର ନେତୃତ୍ବ ନେଉନାହାନ୍ତି ତାଙ୍କୁ ଏପରି ଖେଳୁଥିବା ଦେଖି ମୋତେ ଦୁଃଖ ଲାଗୁଛି । ଯୁବ ପ୍ଲେୟାରଙ୍କ ପାଇଁ ସେ ସନ୍ୟାସ ନିଅନ୍ତୁ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ୍ ଜାଫର ।

ଅଧିକ ପଢ଼ନ୍ତୁ...'ନିଷ୍ପତ୍ତି ମୋର ଶରୀର ନେବ ୧୦ ମାସ ସମୟ ଅଛି', IPLରୁ ଅବସର ନେଇ ମୁହଁ ଖୋଲିଲେ ଏମଏସଡ଼ି

କିଛି ଦିନ ତଳେ ଚେନ୍ନାଇ ସୁପର କିଙ୍ଗସ୍ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଧୋନୀଙ୍କ ଅବସର ନେଇ କୌଣସି ଚର୍ଚ୍ଚା ହୋଇନାହିଁ ବୋଲି କହିଥିଲେ । ଅବସର ଚର୍ଚ୍ଚା ଭିତରେ ଧୋନୀ ମଧ୍ୟ ଏକ ପୋଡ଼କାଷ୍ଟରେ କହିଥିଲେ ଏବେ ଅବସର ନେବା କଥା ଚିନ୍ତା କରିନାହିଁ । ଏହା ଉପରେ ଭାବିବାକୁ ଆହୁରି ୧୦ ମାସ ସମୟ ଅଛି  ।

ଆଇପିଏଲ ଇତିହାସରେ ଚେନ୍ନାଇ ସୁପରକିଙ୍ଗସ ଏକ ସଫଳ ଦଳ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ୫ ଥର ଚାମ୍ପିଅନ ହୋଇଛି । ଚଳିତ ସିଜିନରେ ୱିକେଟକିପର ବ୍ୟାଟର ଧୋନୀ ଏଯାବତ୍ ୪ଟି ଇନିଂସରେ ୭୬ ରନ୍ କରିଛନ୍ତି । ସେଥିରେ ଅପରାଜିତ ୩୦ ସର୍ବାଧିକ ସ୍କୋର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.