ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

'ନିଷ୍ପତ୍ତି ମୋର ଶରୀର ନେବ ୧୦ ମାସ ସମୟ ଅଛି', IPLରୁ ଅବସର ନେଇ ମୁହଁ ଖୋଲିଲେ ଏମଏସଡ଼ି

Published By : Ankita S | April 7, 2025 8:41 AM

ନୂଆଦିଲ୍ଲୀ,୦୭/୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସିଜିନ୍ ୧୮ ଜାରି ରହିଛି । ଏମଏସ୍‌ ଧୋନୀଙ୍କର ଏହା ଶେଷ ଆଇପିଏଲ ବୋଲି ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । କ'ଣ ଏମଏସ୍ ଧୋନୀ ଏହି ସିଜିନ୍ ପରେ ଅବସର ନେବେ ? ଶନିବାର ଚେନ୍ନାଇ ସୁପରକିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ପରେ ଏହି ଚର୍ଚ୍ଚା ଅଧିକ ହେଉଛି । କାରଣ ଉକ୍ତ ମ୍ୟାଚ ଦେଖିବାକୁ ଧୋନୀଙ୍କ ପୁରା ପରିବାର ଆସିଥିଲେ । କିନ୍ତୁ ଧୋନୀଙ୍କର ଏହା ଶେଷ ଆଇପିଏଲ କି ପ୍ରଶ୍ନରେ ସେ ମୁହଁ ଖୋଲିଛନ୍ତି ।

ଅବସର ଚର୍ଚ୍ଚାକୁ ନେଇ ଆଉ ଏକ ବୟାନ ଦେଇଛନ୍ତି ଧୋନୀ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ସାମାନ୍ୟ ଖୁସି ଦେଇଛି । ଏକ ପୋଡ଼କାଷ୍ଟରେ ସେ କହିଛନ୍ତି, '' ମୁଁ ଏହି ନିଷ୍ପତ୍ତି ନେଉନାହିଁ । ମୁଁ ଏ ବିଷୟରେ ଭାବୁ ନାହିଁ । ବର୍ତ୍ତମାନ ତ ବିଲକୁଲ ନୁହେଁ । ଏହି ନିଷ୍ପତ୍ତି ମୋର ଶରୀର ନେବ । ଏ ନେଇ ଆହୁରି ୧୦ ମାସ ସମୟ ଅଛି । ମୋତେ ଏବେ ୪୩ । ଆଉ କିଛି ମାସ ପରେ ସେ ୪୪ ବର୍ଷରେ ପଦାର୍ପଣ କରିବି । ଏହା ପରେ ଖେଳିପାରୁଛି କି ନାହିଁ ଦେଖିବି । ଏହା ପରେ ନିଷ୍ପତ୍ତି ନେବି ।''

ଅଧିକ ପଢ଼ନ୍ତୁ...ଆଇପିଏଲରୁ ସନ୍ନ୍ୟାସ ନେବେ କି ଧୋନୀ ? ପ୍ରଥମ ଥର ମ୍ୟାଚ୍ ଦେଖିବାକୁ ଆସିଲେ ବାପା –ମା !

ଗତ ୫ ତାରିଖରେ ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ମ୍ୟାଚ ଥିଲା । ଏହା ପରେ ଅଭିଜ୍ଞ ବ୍ୟାଟର ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଚାଲିଛି । ମ୍ୟାଚ ଦେଖିବାକୁ ତାଙ୍କ ବାପାମାଆଙ୍କ ସହିତ ପୁରା ପରିବାର ଆସିଥିଲେ । ତେଣୁ ହୁଏତ ଏହା ତାଙ୍କର ଶେଷ ଆଇପିଏଲ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲା । ପୂର୍ବରୁ ଚେନ୍ନାଇ କୋଚ୍ ଷ୍ଟିଫେନ ଫ୍ଲେମିଂ ମଧ୍ୟ ଧୋନୀଙ୍କ ଅବସର ନେଇ କୌଣସି ଚର୍ଚ୍ଚା ହୋଇନାହିଁ ବୋଲି କହିଥିଲେ । 

ଆଇପିଏଲ ଇତିହାସରେ ଚେନ୍ନାଇ ସୁପରକିଙ୍ଗସ୍ ସବୁଠୁ ସଫଳ ଦଳ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ୫ ଥର ଚେନ୍ନାଇ ଚାମ୍ପିଅନ୍ ହୋଇଛି । ଚେନ୍ନାଇ କ୍ୟାପ୍ଟେନ୍ସି ଛାଡ଼ିବା ପରେ ଋତୁରାଜ ଗାଏକ୍ୱାଡ଼ ଦଳର ନେତୃତ୍ୱ ନେଇଛନ୍ତି । ଚଳିତ ସିଜନରେ ଦଳ ୪ଟି ମ୍ୟାଚ ଖେଳିସାରିଛି । ଗୋଟିଏ ଜିତିଥିବା ବେଳେ ବାକି ୩ଟି ମ୍ୟାଚରେ ପରାସ୍ତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.