ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇପିଏଲରୁ ସନ୍ନ୍ୟାସ ନେବେ କି ଧୋନୀ ? ପ୍ରଥମ ଥର ମ୍ୟାଚ୍ ଦେଖିବାକୁ ଆସିଲେ ବାପା –ମା !

Published By : Gurupada Nath | April 5, 2025 5:53 PM

ମୁମ୍ବାଇ, ୫/୪ :   ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ଶନିବାର ବିଜୟ ଲାଗି ୧୮୪ରନର ଲକ୍ଷ୍ୟ ଦେଇଛି । କେଏଲ ରାହୁଲ ଆଇପିଏଲ ୨୦୨୫ର ୧୭ତମ ମ୍ୟାଚରେ ଅର୍ଦ୍ଧ ଶତକ ଲଗାଇଛନ୍ତି । ଭେଟରାନ ଖେଳାଳୀ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ଚେନ୍ନାଇ ଏବଂ ଦିଲ୍ଲୀ ମ୍ୟାଚ୍ ଦେଖିବାକୁ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପହଞ୍ଚିଛନ୍ତି । ବିଶେଷ କଥା ଏହା କି ଧୋନୀଙ୍କ ବାପା- ମା ବି ମ୍ୟାଚ୍ ଦେଖିବାକୁ ପହଞ୍ଚିଛନ୍ତି । ଏହି ଖବର ପରେ ଧୋନୀଙ୍କ ସନ୍ନ୍ୟାସ ନେବା ଖବର ଏବେ ଚର୍ଚ୍ଚାରେ ରହିଛି ।

ପ୍ରକାଶ ଯେ, ଏହା ପ୍ରଥମ ଥର ଅଟେ କି ଧୋନୀଙ୍କ ବାପା ପାନ ସିଂହ ଧୋନୀ ମ୍ୟାଚ୍ ଦେଖିବାକୁ ପହଞ୍ଚିଛନ୍ତି । ଏହି କାରଣରୁ ଧୋନୀଙ୍କ ସନ୍ନ୍ୟାସର ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ନେଇ କୌଣସି ପ୍ରକାରର ଅଫିସିଆଲ ସୂଚନା ମିଳିପାରିନାହିଁ । ଧୋନଙ୍କ ବାପା- ମାଙ୍କ ସହ ତାଙ୍କ ଓ୍ବାଇଫ୍ ସାକ୍ଷୀ ଧୋନୀଙ୍କ ମ୍ୟାଚ୍ ଦେଖିବାକୁ ପହଞ୍ଚିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ଧୋନୀ ପରିବାରର ଫଟୋ ଏକ୍ସରେ ସେୟାର କରିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.