ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ଆଇପିଏଲ ୨୦୨୫ରେ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି। ହୋମ ଟିନ୍ କୁ ଗୁଜୁରାଟ ଦଳ ୭ ୱିକେଟ୍ ରେ ହରାଇ ମ୍ୟାଚ୍ କୁ ନିଜ ନାମରେ କରିନେଇଛି। ଗୁଜୁରାଟ ଲଗାତାର ଭାବେ ତୃତୀୟ ମ୍ୟାଚକୁ ହାତେଇ ନେଇଛି।
ହାଇଦ୍ରାବାଦର ରାଜିବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମରେ ଗୁଜୁରାଟ ୧୫୩ ରନ୍ ଟାର୍ଗେଟରେ ୧୬.୪ ଓଭରରେ ୩ ୱିକେଟ ହରାଇ ବିଜୟ ହାସଲ କରିଛି। କ୍ୟପଟେନ ଶୁଭନମ ଗିଲ ୬୨ ରନର ପାରି ଖେଳିଛନ୍ତି। ଅନ୍ୟପଟେ ସେରପେନ ରଦରଫୋର୍ଡ ୩୫ ରନ୍ କରି ଶେଷ ଯାଏ କ୍ରିଜରେ ରହିଥିଲେ।
ୱାସିଂଟନ ସୁନ୍ଦର ୪୯ ରନ କରି ଆଉଟ ହୋଇଥିଲେ। ତାଙ୍କୁ ମହମ୍ମଦ ଶାମି ଅନିକେତ ବର୍ମାଙ୍କ ହାତରେ କ୍ୟାଚ ଆଉଟ କରାଇ ପାଭିଲିୟନ ପଠାଇ ଦେଇଥିଲେ। ପେଟ କମିଂସ ଜଶ ବଟଲରଙ୍କୁ ଶୁନ ରନରେ ଓ ମହମ୍ମଦ ଶାମି ସାଇସୁଦର୍ଶନଙ୍କୁ ୫ ରନରେ ଆଉଟ କରାଇଦେଇଥିଲେ। ମହମ୍ମଦ ଶାମିଙ୍କୁ ୨ ଟି ୱିକେଟ ଓ କ୍ୟାପଟେନ କମିନ୍ସଙ୍କୁ ଗୋଟିଏ ୱିକେଟ ମିଳିଛି।
ଗୁଜୁରାଟ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟରେ ୧୫୨ ରନ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ନୀତିଶ କୁମାର ରେଡ୍ଡୀ ୩୧ ରନ ଓ ହେନରିକ କ୍ଲାସନ ୨୭ ରନ ପାର୍ଟନରସିପରେ ସହ ଅର୍ଦ୍ଧଶତକ ହାସଲ କରିଥିଲେ।
ଏହି ମ୍ୟାଚ୍ ରେ ମହମ୍ମଦ ସିରାଜ ମୋଟ୍ ୪ଟି ୱିକେଟ ସଂଗ୍ରହ କରିଥିଲେ। ପ୍ରସିଦ୍ଧ କୃଷ୍ଣା ଓ ସାଇ କିଶୋର ଯଥାକ୍ରମେ ୨-୨ଟି ୱିକେଟ ହାସଲ କରିଛନ୍ତି।