ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Pak vs NZ; ଅନ୍ଧାର ହୋଇଗଲା ଷ୍ଟାଡିୟମ୍, ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

Published By : Ankita S | April 6, 2025 12:12 PM

ନୂଆଦିଲ୍ଲୀ,୦୬/୦୪: ମ୍ୟାଚ ଚାଲିଥିଲା । ୩୨ତମ୍ ଓଭରରେ ବୋଲର ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଧୋକା ଦେଇ ଦେଲା ଫ୍ଲଡ଼ ଲାଇଟ୍ । ଅନ୍ଧାର ହୋଇଗଲା ଓଭାଲ ଷ୍ଟାଡ଼ିୟମ । ସୋସିଆଲ ମିଡ଼ିଆରେ ଉକ୍ତ ସମୟର ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିଲେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ୟୁଜର୍ସ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚରେ କିଛି ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରି ନେଇଛି କିୱି ଦଳ । ତୃତୀୟ ତଥା ଅନ୍ତିମ ଦିନିକିଆରେ ପାକିସ୍ତାନକୁ ୪୩ ରନରେ ହରାଇଛି ନ୍ୟୁଜିଲାଣ୍ଡ ।

ପାକିସ୍ତାନ ବିପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ  ୩-୦ରେ ଦିନିକିଆ ସିରିଜ ମୂଳପୋଛ  କରିଛି । ଶନିବାର ଅନ୍ତିମ ମ୍ୟାଚ୍‌ରେ ଦଳ ୪୩ ରନ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା । ମାଇକେଲ ବ୍ରେସୱେଲଙ୍କ  ଅଲରାଉଣ୍ଡ୍‌ ପ୍ରଦର୍ଶନ ଏବଂ ବେନ୍‌  ସିୟର୍ସଙ୍କ ଘାତକ ବୋଲିଂ ବଳରେ ଦଳର  ବିଜୟ ସହଜ ହୋଇଥିଲା । ବ୍ରେସୱେଲ  (୫୯ରନ୍‌, ୧ ୱିକେଟ୍‌) ପ୍ଲେୟାର  ଅଫ୍‌ ଦ ମ୍ୟାଚ୍‌ ଓ ସିୟର୍ସ (ମୋଟ  ୧୦ୱିକେଟ୍‌) ପ୍ଲେୟାର ଅଫ୍‌ ଦ ସିରିଜ  ବିବେଚିତ ହୋଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ  ନିର୍ଦ୍ଧାରିତ ୪୨ଓଭରରେ ୮/୨୬୪ରନ୍‌  ସଂଗ୍ରହ କରିଥିଲା । ରିସ୍‌ ମାରିଉ ୫୮,  ହେନରୀ ନିକୋଲ୍ସ ୩୧, ଡାରିଲ ମିଚେଲ  ୪୩, ଟିମ୍‌ ସାଇଫର୍ଟ ୨୬, ବ୍ରେସୱେଲ ୫୯ରନ୍‌ କରିଥିଲେ । 

ଅଧିକ ପଢନ୍ତୁ...IPL 2025: ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଗୁଜରାଟ ଟାଇଟନ୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍

ପାକିସ୍ତାନର ଅକିଫ୍‌  ଜାଭେଦ ୪ଟି ୱିକେଟ୍‌ ନେଇଥିଲେ । ୨୬୫ରନ୍‌ ବିଜୟ ଲକ୍ଷ୍ୟର ପିଛା  କରି ପାକିସ୍ତାନ ୪୦ ଓଭରରେ ସମସ୍ତ  ୱିକେଟ୍‌ ହରାଇ ୨୨୧ରନ୍‌ କରିବାକୁ  ସକ୍ଷମ ହୋଇଥିଲା । ଅବଦୁଲ୍ଲା ସଫିକ୍‌  ୩୩, ବାବର ଆଜମ ୫୦, ମହମ୍ମଦ  ରିଜୱାନ ୩୭, ତୟାବ ତାହିର ୩୩ରନ୍‌  କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସିୟର୍ସ  ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ ବେଳେ ପାକିସ୍ତାନ ଇନିଂସ୍‌ର ୩୯ତମ ଓଭରରେ ଷ୍ଟାଡିୟମର ସମସ୍ତ ଫ୍ଲଡଲାଇଟ୍‌ କଟି ଯାଇଥିଲା । ଯାହାକୁ ନେଇ ଉଭୟ ଦଳର ଖେଳାଳି ଚକିତ ହୋଇଯାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.