ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ଏବଂ ଭାରତର ଅଭିଜ୍ଞ ବ୍ୟାର ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସଫଳତା ହାସଲ କରିଛନ୍ତି। କୋହଲି ଟି-୨୦ କ୍ରିକେଟରେ ୧୩୦୦୦ ରନ ପୂରଣ କରିବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି। ସେ ଟି-୨୦ ୧୩ ହଜାର ରନ୍ ପୂରଣ କରିବାରେ ବିଶ୍ବର ପଞ୍ଚମ ବ୍ୟାଟର । ୱାଙ୍ଖଡେ ଷ୍ଟାଡିୟମରେ ଆରସିବି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ହୋଇଛି ।
ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କ ଟି-୨୦ରେ ୧୨୯୮୩ ରନ୍ ହୋଇଥିଲା । କିନ୍ତୁ ମୁମ୍ବାଇ ବିପକ୍ଷରେ ୧୭ ରନ୍ ପୂରଣ କରିବା ମାତ୍ରେ ସେ ୧୩୦୦୦ ରନ୍ କ୍ଲବରେ ସାମିଲ ହୋଇଥିଲା । ଏହି ମ୍ୟାଚ୍ରେ କୋହଲି ୬୭ ରନ୍ କରି ଆଉଟ ହୋଇଥିଲା। କୋହଲିଙ୍କ ପୂର୍ବରୁ କେବଳ କ୍ରିସ୍ ଗେଲ୍, ଆଲେକ୍ସ ହେଲ୍ସ, ସୋଏବ ମାଲିକ ଏବଂ କିରଣ ପୋଲାର୍ଡ ଟି-୨୦ରେ ୧୩୦୦୦ ରନ୍ ପୂରଣ କରିଛନ୍ତି।
କ୍ରିସ୍ ଗେଲ୍, ୧୪,୫୬୨ ରନ୍ ୩୮୧ ଇନିଂସ୍
ଆଲେକ୍ସ ହେଲ୍ସ, ୧୩,୬୧୦ ରନ୍ ୪୭୪ ଇନିଂସ୍
ସୋଏବ ମାଲିକ, ୧୩,୫୫୭ ରନ୍ ୪୮୭ ଇନିଂସ୍
କିରଣ ପୋଲାର୍ଡ, ୧୩,୫୩୭ ରନ୍ ୫୯୪ ଇନିଂସ୍
ବିରାଟ କୋହଲି, ୧୩,୦୦୧* ରନ୍, ୩୮୬ ଇନିଂସ୍
ଏହି ସଫଳତା ପାଇବାରେ କୋହଲି ଦ୍ବିତୀୟ ଦ୍ରୁତତମ ବ୍ୟାଟର। କୋହଲି ତାଙ୍କର ୩୮୬ତମ T20 ଇନିଂସରେ ୧୩୦୦୦ ରନ ପୂରଣ କରିଛନ୍ତି। ତାଙ୍କ ଆଗରେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟର କ୍ରିସ୍ ଗେଲ୍ ଅଛନ୍ତି, ଯିଏ ୩୮୧ ଇନିଂସରେ ଏହି ସଫଳତା ପାଇଥିଲେ। ଏହି ମାମଲାରେ କୋହଲି ଇଂଲଣ୍ଡ ବ୍ୟାଟର ଆଲେକ୍ସ ହେଲ୍ସଙ୍କୁ ପଛରେ ପକାଇ ଦେଇଛନ୍ତି।