ଛତ୍ରପୁର/ଗଞ୍ଜାମ୦୭/୦୪ ଗଞ୍ଜାମ ଥାନା ପାଳିବନ୍ଧ ପାଞ୍ଚାୟତ ପାଳିବନ୍ଧ ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଗୋଟିଏ ପରିବାରର ମା’, ଝିଅ ଏବଂ ପୁଅର ମୃତ୍ୟୁ ଘଟିଛି । ଏମାନେ ସମସ୍ତେ ବିଷ ପିଇ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ସମସ୍ତ ୩ ଜଣଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି l ମୃତକ ମାନେ ହେଲେ ମା’ ଏସ ମାମି ରେଡି(୪୫), ପୁଅ ଏସ ରାକେଶ ରେଡି (୨୩) ଏବଂ ଝିଅ ଏସ ମୀନା ରେଡି(୧୬) ବୋଲି ଜଣାପଡିଛି l
ପୂର୍ବରୁ ସ୍ୱାମୀ ରବି ରେଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ l ପୁଅ ଆଇଟି ଆଇ କରିଥିବା ବେଳେ, ଝିଅଟି +୨ ପଢୁଥିଲେ l ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପରିବାରଙ୍କ ଘରକୁ ସେହି ଗାଁର ଜଣେ ବ୍ୟକ୍ତି ଆଜି ମଜୁରୀ ଖଟିବା ପାଇଁ କହିବାକୁ ଯାଇଥିଲେ l ତେବେ କବାଟ ଖୋଲି ଦେଖିଲା ବେଳେ ସମସ୍ତେ ପାଟିରେ ଫେଣ କାଢି ଅଚେତ ଅବସ୍ଥାରେ ପଡିଥିବା ସେ ଦେଖିଥିଲେ l ସଙ୍ଗେ ସଙ୍ଗେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା l ଚିକତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପୋଲିସ ଘଟଣାରେ ଅନୁସନ୍ଧାନ ଜାରି ରଖିଛି l