ଭୁବନେଶ୍ଵର, ୦୭/୦୪ : ଦଣ୍ଡନାଚ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍। ୧୭ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ। ରବିବାର ବିଳମ୍ଵିତ ରାତିରେ ଫତେଗଡ଼ ଥାନା ମାଧପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଭାପୁର ବ୍ଲକ ମାଧପୁର ଗ୍ରାମରୁ ଦଣ୍ଡନାଚ କରିବା ପାଇଁ ୨୦ ଜଣିଆ ଦଳ ଏକ ପିକ୍ଅପ୍ ଡାଲାରେ ବସି ପଥର ଚକଡ଼ା ଗ୍ରାମକୁ ଯାଉଥିଲେ। କଣ୍ଟିଲୋ ମାଧପୁର ଗ୍ରାମ ଦେଇ ଯାଉଥିବା ୪୮ ନମ୍ବର ରାଜ୍ୟ ରାଜପଥର ମଧ୍ୟ ଭାଗରେ ଥିବା ପୋତାପୋଖରୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ପ୍ରାୟ ୧୭ ଜଣ କଳାକାର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ। ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କୁ ଭେଟି ଗୁରୁତର ଥିବା ଦୁଇ ଜଣଙ୍କୁ ଭୁବନେଶ୍ଵର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନନ୍ତର ବ୍ୟବସ୍ଥା କରିଥିଲେ। ଖବର ପାଇ ଫତେଗଡ ଥାନା ଓ ଭାପୁର ପୋଲିସ ଘଟଣାର ତଦନ୍ତ କରୁଛି।
ଏହି ଖବରଟିକୁ ପଢନ୍ତୁ-ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ