ଭୁବନେଶ୍ଵର, ୦୭/୦୪ : ଆନନ୍ଦପୁର ଉପଖଣ୍ଡ ଚାଷୀ ବହୁଳ ଗାଁ ପଦ୍ମପୁର ଠାରେ ଧାନ ମଣ୍ଡି ପାଇଁ ଚିହ୍ନଟ ହୋଇଥିବା ଜମିରେ ଜବରଦଖଲ। ଉଚ୍ଛେଦ ଦାବିରେ ପୌର କାର୍ଯ୍ୟାଳୟ ଘେରିଲେ ଚାଷୀ। ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ସହ ମଣ୍ଡି ନିର୍ମାଣ ପାଇଁ ଦାବି କରିଛନ୍ତି ଚାଷୀ।
ସୂଚନାନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଚାଷୀ ବହୁଳ ଗାଁ ପଦ୍ମପୁର ଠାରେ ଧାନ ମଣ୍ଡି ପାଇଁ ସରକାରଙ୍କ ତରଫରୁ ଟେଣ୍ଡର ହୋଇଥିଲା। ହେଲେ ମଣ୍ଡି ଗୃହ ଏବଂ ଖଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା। କାରଣ ମଣ୍ଡି ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜମିରେ ପୂର୍ବରୁ ଜଣେ ପ୍ରଭାବଶାଳୀ ବ୍ଯକ୍ତି କିଛି ନିର୍ମାଣ କାମ କରି ଜବରଦଖଲ କରିଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ଜାଗା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା। ହେଲେ ଉକ୍ତ ବ୍ୟଜ୍ତି ଜଣଙ୍କ ଜାଗା ଖାଲି ନକରିବାରୁ ଚଳିତ ମାସ ୪ ତାରିଖରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ୪ ତାରିଖ ଯାଇ ୭ ତାରିଖ ହେଲାଣି ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ତେଣୁ ଆଜି ଚାଷୀମାନେ ଜବରଦଖଲ ଉଚ୍ଛେଦ ଦାବିରେ ପୌର କାର୍ଯ୍ୟାଳୟ ଘେରାଉ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ତେଲେନଡିହି ସଂରକ୍ଷିତ ଜଙ୍ଗଲରୁ ବେଧଡ଼କ କୋଇଲା ପରିବହନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା