ଭୁବନେଶ୍ୱର,୦୭/୦୪: ସୁନ୍ଦରଗଡ଼ ହେମଗିରି ଥାନ ଗୋପାଳପୁର ତେଲେନଡିହି ସଂରକ୍ଷିତ ଜଙ୍ଗଲରୁ ବେଧଡ଼କ ଭାବେ ଚାଲିଥିଲା କୋଇଲା ପରିବହନ। ରବିବାର ହେମଗିରି ଥାନାରେ ଏଫଆଇଆର୍ ପରେ ଏବେ ଆକ୍ସନ ମୋଡ୍ରେ ପୋଲିସ। ମାଫିଆଙ୍କୁ ଧରିବାକୁ ତନାଘନା କରୁଛି ପୋଲିସ। ସେପଟେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ।
ଅପର ପକ୍ଷରେ ଖଣି ବିଭାଗ ଅଧିକାରୀଙ୍କ ଏତଲା ପରେ ଚୋରା କୋଇଲା ଖଣିକୁ ସିଲ୍ କରି ଦିଆଯାଇଛି। ଏହା ସହ ୨୭ ଟନ୍ କୋଇଲା ଜବତ କରାଯାଇଛି। ତେବେ ବର୍ଷ ବର୍ଷ ଧରି ତେଲେନଡିହି ସଂରକ୍ଷିତ ଜଙ୍ଗଲରୁ କୋଇଲା ଚୋରି ହେଉଥିବା ବେଳେ ଏନେଇ ପ୍ରଶାସନ ନିକଟରେ କିପରି ଖବର ପହଞ୍ଚୁ ନଥିଲା କିମ୍ଵା ଜାଣିଶୁଣି ସବୁ ଚୁପ୍ ବସିଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଇଲା ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁସୁମ ଟେଟେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ତେଜିଲା ଯାତ୍ରା କଳାକାର-ମାଲିକଙ୍କ ବିବାଦ, ନରି ପଣ୍ଡାଙ୍କ ଅଭିଯୋଗ ପରେ ତୁଳସୀ ମାଲିକଙ୍କ ଢ଼ାବାରେ ପୋଲିସର ଛାନଭିନ୍