ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ତେଜିଲା ଯାତ୍ରା କଳାକାର-ମାଲିକଙ୍କ ବିବାଦ, ନରି ପଣ୍ଡାଙ୍କ ଅଭିଯୋଗ ପରେ ତୁଳସୀ ମାଲିକଙ୍କ ଢ଼ାବାରେ ପୋଲିସର ଛାନଭିନ୍

Published By : Rasmita Pradhan | April 7, 2025 2:26 PM

ଭୁବନେଶ୍ଵର, ୦୭/୦୪ : ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଯାତ୍ରା କଳି। ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ତୁଟୁନି ବିବାଦ। ବାଲିଚନ୍ଦ୍ରପୁର ଥାନାରେ ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ଲିଖିତ ଅଭିଯୋଗ ପରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ଢାବା ଏବଂ ଅଫିସରେ ପହଞ୍ଚିଲା ପୋଲିସ। ଅନନ୍ତ ନାରାୟଣଙ୍କ ଢାବାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି ବାଲିଚନ୍ଦ୍ରପୁର ଥାନା ଅଧିକାରୀ। 

ନରି ପଣ୍ଡା ଅଭିଯୋଗ କରିଛନ୍ତି ଯେ, ସେ ତୁଳସୀ ଗଣନାଟ୍ୟ ମାଲିକଙ୍କ ଅଫିସକୁ ଟଙ୍କା ଫେରାଇବା ପାଇଁ ଆସିଥିବା ବେଳେ ତାଙ୍କୁ ଅନନ୍ତ ନାରାୟଣ ମାଡ଼ ମାରିଥିଲେ। ସେପଟେ ଏ ଘଟଣାକୁ ଅନନ୍ତ ଖଣ୍ଡନ କରିଥିଲେ। ନରି ପଣ୍ଡାଙ୍କ ଅଭିଯୋଗକୁ ଆଧାର କରି ଏବେ ପୋଲିସ ଅନନ୍ତ ନାରାୟଣଙ୍କ ଢାବା ଏବଂ ଅଫିସରେ ପହଞ୍ଚିଛି। ଏହି ଘଟଣାର ସତ୍ୟାସତ୍ୟ ନେଇ ଢାବାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ସେଦିନର ଘଟଣାକୁ ନେଇ ଅନନ୍ତଙ୍କୁ ପଚରାଉଚରା କରାଯାଇଛି। ଚୁକ୍ତି ହୋଇଥିବା ପେପର ଯାଞ୍ଚ କରିବା ସହ ଢାବାର ଅନ୍ୟ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଛି।

ସୂଚନାନୁଯାୟୀ, ଗତ ୫ ତାରିଖ ଦିନ ହାସ୍ୟ ଅଭିନେତା ନରି ପଣ୍ଡା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ତାଙ୍କୁ ପୂର୍ବରୁ ମାଡ ମାରିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ଫୋନରେ ଖରାପ ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଥିଲେ। ସେପଟେ ଯାତ୍ରା ମାଲିକମାନେ ଏକତ୍ରିତ ହୋଇ ତାଙ୍କୁ ବୟକଟ କରିଥିଲେ। ଏନେଇ ସେ କହିଥିଲେ ଯେ, ବୟକଟ କରିବା ପୂର୍ବରୁ ମାଲିକମାନେ ଆଲୋଚନା କରିବାର ଥିଲା। କଳାକାର ସଂଘ ମୋ ସହ ଅଛି । ଆଗାମୀ ଦିନରେ କଳାକାର ସଂଘ ଯାହା ନିଷ୍ପତି ନେବ ତାକୁ ନେଇ ସେ ଆଗକୁ ଯିବି। 

ଏହି ଖବରଟିକୁ ପଢନ୍ତୁ-କଳାକାର ମାଲିକ ବିବାଦ ; ଖୁବଶୀଘ୍ର ଆଗାମୀ ନିଷ୍ପତ୍ତି ଜଣାଇବି : ନରି ପଣ୍ଡା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.