ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ବିଦ୍ୟୁତ ଆଲୋକରୁ ବଞ୍ଚିତ ବାଢାଯୋଡି ଅଞ୍ଚଳ ବାସୀ, ଅନ୍ଧାରରେ ବିତୁଛି ନୀରିହ ଆଦିବାସୀଙ୍କ ଜୀବନ,ଗୁହାରୀ ଶୁଣୁନି ପ୍ରଶାସନ…

Published By : Prameya | April 7, 2025 7:45 PM

ଫିରିଙ୍ଗିଆ ୦୭/୦୪ ସ୍ବାଧୀନତା ବହୁତ ବର୍ଷ ବିତିଯାଇଥିଲେ ସୁଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକାର ଜନସାଧାରଣ। ବିଦ୍ୟୁତ ଆଲୁଅ ଦେଖିବା ଏକ ଅଞ୍ଚଳ ବାସୀଙ୍କ ପାଇଁ ସାତ ସପନ । ଡିବିରି ଆଲୁଅରେ ବିତୁଛି ଦିନ । ଦିନେ କି ଦୁଇ ଦିନ ନୁହେଁ ବରଂ ମାସ ମାସ ବର୍ଷ ବର୍ଷ କାଟୁଛନ୍ତି ଏମିତି ଜୀବନ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଅନ୍ତର୍ଗତ ବାଢାଯୋଡିରେ ୨୦ରୁ ଅଧିକ ପରିବାର ରହିଥିବା ବେଳେ ମାଦାପାଙ୍ଗାରେ ୭ରୁ ଅଧିକ ପରିବାର ଏଭଳି ଅବସ୍ତାରେ ରହୁଛନ୍ତି । ବାରମ୍ବାର ଏ ଅଂଚଳର ଲୋକମାନେ ବିଦ୍ୟୁତ ଆଲୋକ ସଂଯୋଗ ପାଇଁ ଦାବି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ସମେତ ସ୍ଥାନୀୟ ସରପଞ୍ଚ ରଶ୍ମିତା କହଁର ଅଭିଯୋଗ କରିଛନ୍ତି । ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳର ନିରିହ ଜନସାଧାରଣଙ୍କ ପାଇଁ ବିଦ୍ୟୁତ ସଂଯୋଗ ହୋଇ ନଥିବା ଯୋଗୁ ଅନ୍ଧକାର ରାତିରେ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ କ୍ୟାଣ୍ଡେଲ କିମ୍ବା ଡିବିରି ଆଲୁଅ ଉପରେ ଭରଷା କରୁଛନ୍ତି । 

ସେହିବଳି ଭୂଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଗାଁରେ ମଧ୍ୟ ସମାନ ଅବସ୍ତା। ଜଙ୍ଗଲ ଭରା ପାହାଡ଼ ବଣ ପାହାଡ ଘେରା ଦୁର୍ଗମ ପାହାଡିଆ ଛୋଟ ଗାଁର ଲୋକମାନେ ବିଦ୍ୟୁତ ଆଲୁଅ ଅପେକ୍ଷାରେ ଚାହିଁ ବସିଛନ୍ତି । ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ ସହ ଅନୁରୋଧ କରିଛନ୍ତି ପଞ୍ଚାୟତ ବାସୀ । କିନ୍ତୁ ଅଞ୍ଚଳ ସମସ୍ୟା ପାଇଁ ବାଢାଯୋଡି ଗାଁ ର ଜନସାଧାରଣ ବାରମ୍ବାର ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଅଧିକାରୀ ଙ୍କୁ ଦାବି କରିଥିଲେ ମଧ୍ୟ କୈାଣସି କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଞ୍ଚଳ ନିରିହ ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଜୟଦେବ ସାହୁଙ୍କୁ ପଚାରିବାରୁ ମୋ ପାଖରେ ସଠିକ୍ ଖବର ନାହିଁ। ଉଚିତ୍ ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ବାକି ରହିଛି କେତେ ବର୍ଷ ପରେ ବାଢାଯୋଡି, ମାଦାପାଙ୍ଗା, କୁଜିକେତା ବାସୀ ବିଦ୍ୟୁତ ଆଲୁଅ ପାଇ ପାରିବେ ତାହା ଦେଖିବାକୁ ବାକି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.