ମୁମ୍ବାଇ, ୧୨/୪ : ସନି ଦେଓଲଙ୍କ ଜାଟ୍ ୧୦ଏପ୍ରିଲରେ ରିଲିଜ ହେବା ମାତ୍ରକେ ବକ୍ସ ଅଫିସରେ ଧମାଲ୍ ମଚାଇବା ଆରମ୍ଭ କରିଦେଇଛି । ଫିଲ୍ମର ଶାନଦାର ଓପନିଂ ପରେ ଦ୍ବିତୀୟ ଦିନ କଲେକ୍ସନରେ ଟିକେ କମି ରହିଛି କିନ୍ତୁ ଟିକେ ଝଡ଼ ପୂର୍ବରୁ ଯେଭଳି ଶାନ୍ତ ଥାଏ ସେଭଳି ରହିଛି । ତୃତୀୟ ଦିନରେ ଫିଲ୍ମର କଲେକ୍ସନରେ ଟିକେ ସୁଧାର ଦେଖାଦେଇଛି । ଆଜିଠାରୁ ଓ୍ବିକେଣ୍ଡ ଆରମ୍ଭ ହୋଇଛି । ଯାହାକି ସୋମବାରରେ ଆମ୍ବେଡକର ଜୟନ୍ତୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ଛୁଟିରେ ଜାଟ ଦେଖିବାରୁ ସୁଯୋଗ ମିଳିବ । ଏହି କାରଣରୁ ଫିଲ୍ମ ଆଗାମୀ ଦିନରେ ବଡ଼ ରେକର୍ଡ଼ କରିପାରିବ ବୋଲି ଆଶା ରହିଛି । ତେବେ ଆସନ୍ତୁ ନଜର ପକାଇବା ଫିଲ୍ମ ତୃତୀୟ ଦିନରେ କେତେ କଲେକ୍ସନ କରିଛି ।
ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଫିଲ୍ମର ଦୁଇ ଦିନର କଲେକ୍ସନ କହିଛନ୍ତି । ଯେଉଁ ଅନୁସାରେ ଫିଲ୍ମର ପ୍ରଥମ ଦିନର କଲେକ୍ସନ ୯.୬୨କୋଟି ଏବଂ ଦ୍ବିତୀୟ ଦିନ ୭କୋଟି ରହିଛି । ତଥା ତୃତୀୟ ଦିନର କଲେକ୍ସନ ୧୬.୬୨କୋଟି ଟଙ୍କାର ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ ଫିଲ୍ମ ତୃତୀୟ ଦିନ ୫ଟା ୨୫ମିନିଟ ପର୍ଯ୍ୟନ୍ତ ୪.୨୬କୋଟି ଟଙ୍କା କଲେକ୍ସନ କରିନେଇଛି । ଏହିଭଳି ଭାବେ ଫିଲ୍ମର ଟୋଟାଲ କଲେକ୍ସନ ୨୦.୮୮କୋଟି ଟଙ୍କା ହୋଇସାରିଛି । ମାତ୍ର ଏହା ଫାଇନାଲ ସଂଖ୍ୟା ନୁହେଁ । ଏଥିରେ ପରିବର୍ତ୍ତନ ହୋଇପାରେ । ତରଣ ଆଦର୍ଶ ନିଜ ଟ୍ବିଟ(ଏକ୍ସ)ରେ ଏହା ବି କହିଛନ୍ତି କି ଗୁରୁବାର ମହାବୀର ଜୟନ୍ତୀ ଛୁଟିର ଫାଇଦା ଫିଲ୍ମର ଓପନିଂ ଡେ କଲେକ୍ସନ ଉପରେ ପଡ଼ିଛି । ଶୁକ୍ରବାର ଫିଲ୍ମର କଲେକ୍ସନ ଓ୍ବାର୍କିଂ ଡେ ହେବା କାରଣରୁ କମ୍ ହୋଇଥିଲା । ମାତ୍ର ତୃତୀୟ ଦିନରୁ ନେଇ ୫ଦିନ ପର୍ଯ୍ୟନ୍ତ ଫିଲ୍ମ ଭଲ ପରଫର୍ମାନ୍ସ କରିପାରେ । କାରଣ ୩ ଦିନ ଛୁଟି ପଡ଼ିବାର ଅଛି ।