ଭୁବନେଶ୍ୱର,୧୨/୦୪: ଦକ୍ଷିଣ ଭାରତୀୟ ଫିଲ୍ମଗୁଡିକ ସବୁବେଳେ ଗୀତ, ନୃତ୍ୟ ଓ କାହାଣୀକୁ ନେଇ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ଏକ ଦକ୍ଷିଣ ଭାରତୀୟ ଫିଲ୍ମର ଏକ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । କାରଣ ଏହି ଗୀତର ସଂଗୀତ ଓ ବାଜା ଭିନ୍ନ ଧରଣର । ଏହି ଗୀତରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଏବଂ ନିସାନ୍ ବାଦ୍ୟ ପରିବେଷିତ ହେଉଛି । ଯାହା ବହୁତ ଆକର୍ଷଣୀୟ ରହିଛି ।
ଫିଲ୍ମର ଗୀତ ସୁଟିଂରେ ମଧ୍ୟ ଘୁମୁରା ଦଳ ନୃତ୍ୟ କରିଛନ୍ତି । ଏହି ଫିଲ୍ମର ନାଁ ହେଉଛି ଗେମ୍ ଚେଞ୍ଜର । ଯେଉଁଥିରେ ସୁପରଷ୍ଟାର ରାମ ଚରଣ ଅଭିନୟ କରିଛନ୍ତି । ଏହି ଫିଲ୍ମ ତେଲୁଗୁ ସମେତ ଏକାଧୀକ ଭାଷାରେ ରିଲିଜ ହୋଇଛି । ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ ବଜେଟର ଫିଲ୍ମରେ ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ସ୍ଥାନ ପାଇବା ନିଶ୍ଚିତ ଭାବେ ଲୋକକଳାକୁ ପ୍ରୋତ୍ସାହିତ କରିବ ବୋଲି ଦର୍ଶକ ମତ ଦେଇଛନ୍ତି ।