ମୁମ୍ୱାଇ : କମେଡିଆନ୍ ଭାରତୀ ସିଂହ ଏହି ଇଣ୍ଡଷ୍ଟ୍ରୀରେ ୧୫ ବର୍ଷରୁ ଅଧିକ ସଂପୂର୍ଣ୍ଣ କରି ସାରିଛନ୍ତି। ଭାରତୀ ନିଜ କ୍ୟାରିୟରର ଆରମ୍ଭ ‘ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରୁ କରିଛନ୍ତି, ଏହାପରେ ଆକ୍ଟିଂ ଓ ହୋଷ୍ଟିଂର ଦୁନିଆରେ ପାଦ ରଖିଥିଲେ ଏବଂ ଏବେ ପଡକାଷ୍ଟ ଓ ବ୍ଲଗ୍ରେ ଛାଇ ଯାଇଛନ୍ତି। ଭାରତୀ ନିଜର ସଦ୍ୟ ବ୍ଲଗ୍ରେ ନିଜର ରିଟାୟରମେଣ୍ଟ ପ୍ଲାନ ସେୟାର କରିଛନ୍ତି। ଭାରତୀ କହିଛନ୍ତି ଯେ ସେ ଏବେ କେବଳ ୮ରୁ ୧୦ ବର୍ଷ କାମ କରିବେ।
ଭାରତୀ କହିଛନ୍ତି, ମୋତେ ଏମିତି କେବେ ଅନୁଭବ ହୋଇ ନାହିଁ ଯେ, ମୁଁ ଜଣେ ଝିଅ। ମୁଁ ସର୍ବଦା କାମ କରି ଚାଲିଛି, ଏଥିପାଇଁ ମୋତେ ସବୁବେଳେ ଅନୁଭବ ହେଉଛି ଯେ, ମୁଁ ଜଣେ ମହିଳା। ଏବେ ଝିଅ ଭଳି ଅନୁଭବ ବା ଫିଲିଂ କେଉଁଠୁ ଆଣିବି । ମୋତେ ଲାଗୁଛି ଯେ, ଯେତେବେଳେ ମୋର ପୁଅ ବଡ଼ ହେବ , ସେତେବେଳେ ସେ ମୋତେ ଫିଲ୍ କରାଇବ ଯେ, ମୁଁ ଜଣେ ଝିଅ ହିଁ ଅଟେ। ସେ ମୋତେ ଏବେ ବି ବହୁତ ସ୍ୱତନ୍ତ୍ର ଅନୁଭବ କରାଇ ଥାଏ। ମୁଁ ହର୍ଷଙ୍କୁ କହି ଦେଇଛି ଯେ ମୁଁ ଏବେ କାମ କରିବାକୁ ଚାହୁଁ ନାହିଁ।
ଭାରତୀ ଆହୁରି କହିଛନ୍ତି ,ମୁଁ ହର୍ଷଙ୍କୁ କହିଛି ଯେ, ମୁଁ ନିଜ ପୁଅ ସହ ବାହାରକୁ ଯିବାକୁ ଚାହୁଁଛି। ବୁଲିବାକୁ ଚାହୁଁଛି। ୮-୧୦ ବର୍ଷ ପରେ ମୁଁ କାମ ବନ୍ଦ କରିଦେବି। ମୁଁ ଓ ମୋ ପିଲା ଭିନ୍ନ ଭିନ୍ନ ଦେଶ ବୁଲିବୁ। ଏବେ ଗୋଲା ୩ବର୍ଷ ବୟସର, ଯେତେବେଳେ ୧୩ ବର୍ଷର ହୋଇଯିବ ସେତେବେଳେ। ହର୍ଷ ଏଠାରେ ପଡକାଷ୍ଟ କରିବେ ଏବଂ ଆମେ ସ୍ୱିଜରଲ୍ୟାଣ୍ଡରେ ବୁଲିବୁ।