ପ୍ରମୂଖ ଖବର

ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା' ଓଟିଟିରେ ରିଲିଜ୍, ଏହି ପ୍ଲାଟଫର୍ମରେ କରିପାରିବେ ଷ୍ଟ୍ରିମିଂ

Published By : prameya | April 12, 2025 8:44 AM

ମୁମ୍ବାଇ,୧୨/୦୪: ଗତ ୨ ମାସ ଧରି ବକ୍ସ ଅଫିସରେ ରାଜ କରୁଛି ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାବା'। ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଏହା ଏକ ବିପୁଳ ବ୍ୟବସାୟ ମଧ୍ୟ କରିଥିଲା । ଅନେକ ରେକର୍ଡ କରିବା ପରେ, 'ଛାବା' ଏବେ ଓଟିଟିରେ ମଧ୍ୟ ମୁକ୍ତିଲାଭ କରିଛି । ଗୁରୁବାର ଦିନ ନେଟଫ୍ଲିକ୍ସ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ 'ଛାବା'ର ଓଟିଟି ରିଲିଜ୍ ତାରିଖ ନିଶ୍ଚିତ କରିଥିଲା । ଯାହା ଅନୁସାରେ ଏହି ଫିଲ୍ମଟି ୧୧ ଏପ୍ରିଲ ଅର୍ଥାତ୍ ଗତରାଲି ରିଲିଜ୍ ହୋଇଛି । 

'ଛାବା' ୫୨ ଦିନ ଧରି ବକ୍ସ ଅଫିସରେ ରାଜ କରିଥିଲା । ସାରା ବିଶ୍ୱରେ ୭୯୦.୧୪ କୋଟି ଟଙ୍କା ଆୟ କରିଛି ଏବଂ ଘରୋଇ ବଜାରରେ ଏହାର କଲେକ୍ସନ ୬୦୦ କୋଟି ପାଖାପାଖି ଆୟ କରିଛି । ଭାରତରେ ଫିଲ୍ମର ମୋଟ କଲେକ୍ସନ ୫୯୯.୮୫ କୋଟି ଟଙ୍କାରେ ପହଞ୍ଚିଛି । ଏହା ସହିତ, ଏହା ୨୦୨୫ର ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ଏହା ବ୍ୟତୀତ, ଫିଲ୍ମର ଜବରଦସ୍ତ ବକ୍ସ ଅଫିସ ପ୍ରଦର୍ଶନ ଏହାକୁ ଭାରତରେ ସର୍ବକାଳୀନ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ତାଲିକାରେ ଅଷ୍ଟମ ସ୍ଥାନ ଦେଇଛି । 

ଏହା ମଧ୍ୟ ପଢନ୍ତୁ-

ଏହା ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ମଧ୍ୟରେ ତ୍ରୟୋଦଶ ସ୍ଥାନରେ ଅଛି ।ଫିଲ୍ମରେ ଭିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିଛନ୍ତି ରଶ୍ମିକା । ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.