ମୁମ୍ବାଇ,୧୧/୦୪: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବିଷ୍ଣୁ ମାଞ୍ଚୁଙ୍କ ଅଭିନୀତ ପୌରାଣିକ ଡ୍ରାମା ଫିଲ୍ମ 'କନ୍ନପା' । ଆସନ୍ତା ୨୫ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଏହାର ରିଲିଜ ତାରିଖ ଆନୁଷ୍ଠାନିକ ଭାବରେ ପରିବର୍ତ୍ତନ କରାଯାଇଛି । ନିର୍ମାତାମାନେ ଫିଲ୍ମର ନୂତନ ରିଲିଜ ତାରିଖ ଘୋଷଣା ହୋଇଛି। ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ ସମୟରେ ଏହି ଘୋଷଣା କରାଯାଇଛି। ଯେଉଁଠାରେ ଫିଲ୍ମର ଟିମ୍ ଏକ ଚମତ୍କାର ପୋଷ୍ଟର ଲଞ୍ଚ କରି ଫିଲ୍ମ ନିର୍ମାଣର ଏକ ଝଲକ ଦେଖାଇଥିଲେ ।
ତେବେ ଫିଲ୍ମର ନୂତନ ରିଲିଜ ତାରିଖ ୨୭ ଜୁନ୍ ୨୦୨୫ ରଖାଯାଇଛି। ଏହାର ପୋଷ୍ଟ-ପ୍ରଡକ୍ସନରେ ବିଳମ୍ବ ଯୋଗୁଁ ଫିଲ୍ମଟି ସ୍ଥଗିତ ରଖାଯାଇଛି। ମୁକେଶ କୁମାର ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଭଗବାନ ଶିବଙ୍କ ଜଣେ ସମର୍ପିତ ଭକ୍ତ କନ୍ନପାଙ୍କ କାହାଣୀ। ଏହି କାହାଣୀଟି 'କନ୍ନପା' ନାମକ ଜଣେ ନାସ୍ତିକ ଶିକାରୀଙ୍କ ବିଷୟରେ । ଯିଏ ଶିବଙ୍କର ଜଣେ ଭକ୍ତ ହୋଇଯାଏ ଏବଂ ତାଙ୍କ ଭକ୍ତିରେ ବୁଡ଼ିଯାଏ । ଯେଉଁଠାରେ ସେ ଦେବତାଙ୍କୁ ସମ୍ମାନ ଜଣାଇବା ପାଇଁ ନିଜ ଆଖିକୁ ବଳିଦାନ ଦିଅନ୍ତି । ବିଷ୍ଣୁ ମାଞ୍ଚୁ କନ୍ନପ୍ପାଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ- ‘ରେଡ୍-୨’ରୁ କଟିଲା ଇଲିଆନାଙ୍କ ପତ୍ତା, ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିଲେ ବାଣୀ
ତେବେ ଏକ୍ସରେ ଏକ ପୋଷ୍ଟ ସେୟାର କରି ତରଣ ଆଦର୍ଶ ଲେଖିଛନ୍ତି, 'ବିଷ୍ଣୁ ମାଞ୍ଚୁଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ 'କନ୍ନପା'ର ଏକ ନୂତନ ରିଲିଜ ତାରିଖ ମିଳିଛି । ଆସନ୍ତା ୨୭ ଜୁନରେ ଫିଲ୍ମଟି ରିଲିଜ ହେବ । ନିର୍ମାତମାନେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ ସମୟରେ ନୂତନ ରିଲିଜ ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପରିଦର୍ଶନ ସମୟରେ, ବିଷ୍ଣୁ ମାଞ୍ଚୁ, ମୋହନ ବାବୁ, ପ୍ରଭୁଦେବା ଏବଂ ବିନୟ ମହେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିତ୍ର ଏବଂ ଅନ୍ୟାନ୍ୟ ଉପହାର ମଧ୍ୟ ପ୍ରଦାନ କରିଥିଲେ ।