ମୁମ୍ୱାଇ : ମୁକେଶ ଖାନ୍ନା ଅନେକ ଥର ନିଜର ସ୍ୱତନ୍ତ୍ର ଟିପ୍ପଣୀ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ସେ ପୂର୍ବରୁ ବି ଅନେକ ଥର କପିଲ ଶର୍ମାଙ୍କୁ ନେଇ କମେଣ୍ଟ କରି ସାରିଛନ୍ତି ଯେ, ତାଙ୍କୁ ତାଙ୍କର (କପିଲ) ଶୋ’ ପସନ୍ଦ ନୁହେଁ, କିନ୍ତୁ ଏବେ ମୁକେଶ ପୁଣି ଥରେ କପିଲଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ଆଉ କହିଛନ୍ତି, ଯେଉଁଠି ସମସ୍ତେ ମିଶି ତାଙ୍କର ପାଦ ଛୁଇଁଲେ , ସେଠାରେ କପିଲ ତାଙ୍କୁ ସ୍ୱାଗତ ବି କଲେ ନାହିଁ।
ମୁକେଶ ଶ୍ରାଦୁଲ ପଡକାଷ୍ଟରେ କହିଛନ୍ତି, ମୁଁ ଦିନେ କାହାକୁ କହୁଥିଲି ଯେ, କାହିଁକି ମୋତେ କପିଲ ଶର୍ମା ପସନ୍ଦ ନୁହନ୍ତି ଏବଂ କାହିଁକି ତାଙ୍କର ଶୋ’କୁ ଯାଏ ନାହିଁ ଏବଂ ଏହି ଷ୍ଟୋରୀ ସମସ୍ତଙ୍କର ଆଖି ଦେବ କି, ସେ କେମିତି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରନ୍ତି। ଥରେ ଗୋଲ୍ଡ ଆୱାର୍ଡ୍ସକୁ ମୁଁ ଯାଇଥିଲି ଏବଂ କପିଲ ଯିଏ କି (ଇଣ୍ଡଷ୍ଟ୍ରୀରେ) ନୂଆ ନୂଆ ଜନ୍ମ ହୋଇଛନ୍ତି, ସେ ସେହି ସମୟରେ କମେଡି ସର୍କସ କରୁଥିଲେ ଏବଂ ତାଙ୍କୁ ବି ପୁରସ୍କାର ମିଳିବାର ଥିଲା। ସେ ଆସିଲେ ଏବଂ ମୋ ପାଖରେ ବସିଲେ। ମୋ ସହ କଥା ବି ହେଲେ ନାହିଁ , ମୋ ପାଖରେ ହିଁ ବସିଥିଲେ ୨୦ ମିନିଟ୍ ଯାଏ। ଯେବେ ତାଙ୍କର ନାଁ ଡକାଗଲା ତ ସେ ପୁରସ୍କାର ନେବାକୁ ଗଲେ ଏବଂ ଘରକୁ ଚାଲିଗଲେ।
ମୁକେଶ ଆହୁରି କହିଛନ୍ତି , ମୁଁ ଅମିତ ଜୀ ( ଅମିତାଭ ବଚ୍ଚନ)ଙ୍କୁ ଅନେକ ଥର ଫ୍ଲାଇଟ୍ରେ ଭେଟିଛି। ଥରେ ମୁଁ ଲଣ୍ଡନରୁ ଫେରୁଥିଲି, ସେ ମଧ୍ୟ ସେହି ବିମାନରେ ଥିଲେ। ଆମେ ପରସ୍ପରକୁ କେବେ ଭେଟି ନଥିଲୁ , କିନ୍ତୁ ସେ ଜାଣନ୍ତି କି ଆମେ ଦୁହେଁ ଅଭିନେତା , ଏଥିପାଇଁ ଆମର କଥାବାର୍ତ୍ତା ହେଲା। ଆଉ ଥରେ ହ୍ରିତିକ୍ ମୋ ସହ ଏୟାରପୋର୍ଟରେ ଠିଆ ହୋଇଥିଲେ , ସେ ମୋତେ ଭେଟିବାକୁ ଆସିଲେ ଏବଂ କହିଲେ କି, ଏହି ଏୟାରପୋର୍ଟରେ ଏବେ ୨ ସୁପରହିରୋ ଠିଆ ହୋଇଛନ୍ତି। ଆପଣ କାହାକୁ କେବେ ଭେଟି ନଥାନ୍ତି, କିନ୍ତୁ ଆପଣ ତଥାପି କାହାକୁ ଏତେ ବଡ଼ କମ୍ପ୍ଲିମେଣ୍ଟ ଦେଇଥାନ୍ତି , ଏମିତି ହିଁ ଆମର ଇଣ୍ଡଷ୍ଟ୍ରୀ । କିନ୍ତୁ କପିଲ ଶର୍ମାଙ୍କ ଠାରେ ଶିଷ୍ଟାଚାର ନାହିଁ।।