ମୁମ୍ବାଇ, ୧୯/୪ : ଶାହାରୁଖ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣି ଥରେ ପରଦାକୁ ଆସିବାକୁ ଯାଉଛନ୍ତି କିଙ୍ଗ୍ ଖାନ । ଖୁବଶୀଘ୍ର ତାଙ୍କ ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏବେ ସ୍କ୍ରିପ୍ଟିଂ ଓ କାଷ୍ଟ୍ କାମ ଚାଲିଛି । ଯାହା ଏବେ ସୂଚନା ରହିଛି ଏବେ ଏବେ ଏଥିରେ ଦୀପିକାଙ୍କ ଏଣ୍ଟ୍ରି ହୋଇଛି । ଏହାସହ ଅନ୍ୟ ଷ୍ଟାରକାଷ୍ଟଙ୍କ ନାଁ ବି ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ଆସନ୍ତୁ ଜାଣି କ’ଣ ରହିଛି ତାଙ୍କ ଫିଲ୍ମ ‘କିଙ୍ଗ’ର ଅପଡେଟ୍ ।
‘ପଠାନ’, ‘ଜଓ୍ବାନ’ ଏବଂ ‘ଡଙ୍କି’ ପରେ ଶାହରୁଖ ଖାନ ପୁଣି ଥରେ ଗୋଟିଏ ବର୍ଷରୁ ପରଦାରୁ ଗାୟବ ଅଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ସୁପରଷ୍ଟାରଙ୍କ ୩ଫିଲ୍ମ ବକ୍ସ ଅଫିସରେ ଦମଦାର୍ କଲେକ୍ସନ ବିକରିଥିଲା। ଏବେ ଫ୍ୟାନ୍ସଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’ର ଅପେକ୍ଷା ଅଛି । ଏବେ ଶାହରୁଖ ଖାନଙ୍କ ଏହି ଅପକମିଂ ଫିଲ୍ମକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି ଏବଂ ଫିଲ୍ମର ଶାନଦାର ଷ୍ଟାରକାଷ୍ଟର ଖୁଲାସା ହୋଇସାରିଛି ।
ଶାହରୁଖ ଖାନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘କିଙ୍ଗ’ରେ ତାଙ୍କ ଝିଅ ସୁହାନା ଖାନ ତାଙ୍କ ସହ ଦେଖାଯିବେ । ସେହିଭଳି ସୂଚନା ଅଛି କି ଫିଲ୍ମ ଅରଶଦ ବରସୀଙ୍କ ବି ଏଣ୍ଟ୍ରି ହୋଇଯାଇଛି । କୁହାଯାଉଛି ଅରଶଦଙ୍କ ଭୂମିକାକୁ ସିକ୍ରେଟ ରଖାଯାଇଛି । ‘କିଙ୍ଗ’ ମାଧ୍ୟମରେ ଶାହରୁଖ ଖାନ ଏବଂ ଅରଶଦ ବରସୀ ୨୦ବର୍ଷ ପରେ ଗୋଟିଏ ସାଥିରେ ସ୍କ୍ରିନ ସେୟାର କରିବେ । ଏହା ପୂର୍ବରୁ ଉଭୟେ ୨୦୦୫ର ଫିଲ୍ମ ‘କୁଛ ମିଠା ହୋ ଯାଏ’ରେ ଏକାସାଥିରେ ନଜର ଆସିଥିଲେ ।
କୁହାଯାଉଛି କି ‘ପଠାନ’ ଏବଂ ‘ଜଓ୍ବାନ’ପରେ ପୁଣି ଥରେ ଦୀପିକା ପାଦୁକୋନ ଶାହରୁଖ ଖାନଙ୍କ ଫିଲ୍ମରେ ଦେଖାଦେବେ । ଅଭିନେତ୍ରୀଙ୍କ ‘କିଙ୍ଗ’ରେ କେମିୟୋ ରହିବ ଏବଂ ସେ ଫିଲ୍ମରେ ସୁହାନା ଖାନଙ୍କ ମା’ର ଭୂମିକା ନିଭାଇ ପାରନ୍ତି । ସେହିଭଳି ଅଭିଷେକ ବଚ୍ଚନ ଏବଂ ମୁଜ୍ୟା ଅଭିନେତା ଅଭୟ ବର୍ମା ବି ଫିଲ୍ମରେ ବିଶେଷ ଭୂମିକା ନିଭାଇବେ । ଏହା ବ୍ୟତୀତ ଖବର ଅଛି କି ଜୟଦୀପ ଅହଲାବତ ବି ‘କିଙ୍ଗ’ରେ ନଜର ଆସିପାରନ୍ତି । ‘କିଙ୍ଗ’ ଚଳିତ ବର୍ଷ ମଇରୁ ସୁଟିଂ ଆରମ୍ଭ ବୋଲି ସୂଚନା ରହିଛି ।