ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟ ପରଷା ଯାଉଛି ନକଲି ପନିର, ଅଭିଯୋଗ ଆଣିଲେ ଫୁଡ ବ୍ଲଗର୍

Published By : prameya | April 17, 2025 12:01 PM

ମୁମ୍ବାଇ,୧୭/୦୪:  ବିବାଦରେ ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟ। ପରଷା ଯାଉଛି ନକଲି ପନିର। ଏଭଳି ଅଭିଯୋଗ କରିଛନ୍ତି ଜଣେ ଫୁଡ ବ୍ଲଗର୍ ତଥା ୟୁଟ୍ୟୁବର୍। ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି ।  

ତେବେ  ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପତ୍ନୀ ଗୌରୀଙ୍କର ରହିଛି ଏକ ଆଲିସାନ୍ ରେଷ୍ଟୁରାଣ୍ଟ । ମୁମ୍ବାଇରେ ଥିବା ଏହି ରେଷ୍ଟୁରାଣ୍ଟର ନାମ ହେଉଛି ତୋରି । ୟୁଟ୍ୟୁବର୍ ଜଣଙ୍କ ତୋରିକୁ ଯାଇ ପନିର ଚାଖିଥିଲେ । ଏହା ପରେ ସେଠାରେ ନକଲି ପନିର ପରଷା ଯାଉଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତୋରିରେ ଗ୍ରାହକମାନଙ୍କୁ ନକଲି ପନିର ସର୍ଭ କରାଯାଉଛି । ଯେଉଁଥିରେ ଷ୍ଟାର୍ଚର ପରିମାଣ ଅଧିକ ରହିଛି । ଯାହା ସାଧାରଣ ଲୋକ ଦେହ ପକ୍ଷେ କ୍ଷତିକାରକ ।ଏହି ଭିଡିଓ ତୋରିର ପରିଚାଳନା ପାଖରେ ପହଞ୍ଚିଥିଲା । 

ଯାହାକୁ ନେଇ ସେ କହିଛନ୍ତି, ପନିରରେ ଆୟୋଡିନର ପରିମାଣ ରହିଛି ଏବଂ ଏହା ସୋୟା ଆଧାରିତ ତେଣୁ ପନିର ଏପରି ଲାଗୁଛି । ଆମେ ସବୁବେଳେ ଖାଦ୍ୟରେ ଶୁଦ୍ଧତା ବଜାୟ ରଖୁ । ଏ ସମ୍ପର୍କରେ ଗୌରୀ ଖାନ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ  ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିବା ବେଳେ ଏହା ୟୁଜର୍ସଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.