ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସନି ଦେଓଲଙ୍କ ‘ଜାଟ’କୁ ଟକ୍କର ଦେବ ‘କେସରୀ ୨’, ବକ୍ସ ଅଫିସରେ କରିବ ଧୂଆଁଧାର ଓପନିଂ

Published By : Prameya | April 13, 2025 10:08 PM

ମୁମ୍ବାଇ, ୧୩/୪ :   ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘କେସରୀ ୨’ବକ୍ସ ଅଫିସରେ ରେକର୍ଡ଼ ସ୍ତରର କଲେକ୍ସନ କରିବାକୁ ପ୍ରସ୍ତୁତ ଅଛି । ଫିଲ୍ମ ୧୮ଏପ୍ରିଲରେ ହଲରେ ରିଲିଜ ହେବାକୁ ଯାଉଛି । ‘କେସରୀ ୨’ର ଟ୍ରେଲର ପ୍ରଥମରୁ ରିଲିଜ ହୋଇସାରିଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ବହୁ ଉତ୍ସାହ ଦେଖାଦେଇଛି । ଏବେ ଫିଲ୍ମ ରିଲିଜ ହେବାକୁ ୫ଦିନ ବାକି ରହିଛି ମାତ୍ର ଏବେ ଠାରୁ ଏହାକୁ ନେଇ ପ୍ରେଡିକଶନ ସାମ୍ନାକୁ ଆସିବାରେ ଲାଗିଛି ।

‘କେସରୀ ୨’ ପ୍ରଥମ ଦିନରେ ଶାନଦାର କଲେକ୍ସନ ସହ ୨୦୨୫ର ଟପ୍ ୫ଓପନର୍ସ ଲିଷ୍ଟରେ ସାମିଲ ହୋଇପାରେ । କୋଇମୋଇର ରିପୋର୍ଟ ଅନୁସାରେ କୋର୍ଟରୁମ୍ – ଡ୍ରାମା ପ୍ରଥମ ଦିନ ବକ୍ସ ଅଫିସରେ ୧୫କୋଟି ଟଙ୍କା କଲେକ୍ସନ କରିପାରେ। ଏହି ସଂଖ୍ୟା ୨୦କୋଟି ପାଖାପାଖି ବି ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି । ଯଦି ଏଭଳି ହୁଏ ତେବେ‌ ଫିଲ୍ମ ସନୀ ଦେଓଲଙ୍କ ‘ଜାଟ୍’ର ଓପନିଂ କଲେକ୍ଶନକୁ ପଛରେ ପକାଇଦେବ ।

ସନି ଦେଓଲଙ୍କ ଫିଲ୍ମ ‘ଜାଟ’ ୧୦ଏପ୍ରିଲରେ ରିଲିଜ ହୋଇଛି । ଫିଲ୍ମ ବକ୍ସ ଅଫିସରେ ୯.୬୨କୋଟି ଟଙ୍କାରୁ ନିଜ ଖାତା ଖୋଲିଥିଲା । ଏହି କଲେକ୍ସନ ସହ ‘ଜାଟ୍’ ୨୦୨୫ର ଚତୁର୍ଥ ବେଷ୍ଟ ଓପନର ଫିଲ୍ମର ରେକର୍ଡ଼ ନିଜ ନାଁରେ କରିଛି । କିନ୍ତୁ ଏ‌ବେ ୧୫କୋଟିର ଓପନିଂ କଲେକ୍ଶନ ସହ ଏହି ତାଜ୍ ‘କେସରୀ ୨’ନିଜ ନାଁରେ କରିନେବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.