ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପିୟୁଷଙ୍କୁ ନେଇ ପ୍ରଯୋଜକଙ୍କ ଘୋଷଣା, ଯାତ୍ରା ନକଲେ ଫିଲ୍ମରେ ଦେବେ ସୁଯୋଗ

Published By : Prameya | April 14, 2025 2:03 PM

ଭୁବନେଶ୍ୱର,୧୪/୦୪: ଯାତ୍ରା ଅଭିନେତା ପିୟୁଷ ଏବେ  ଚଳଚ୍ଚିତ୍ରରେ ନଜର ଆସିବେ । ଏହି ଘୋଷଣା କରିଛନ୍ତି ବରିଷ୍ଠ  ପ୍ରଯୋଜକ ଶ୍ରୀଧର ମାର୍ଥା । 

ସେ କହିଛନ୍ତି, ପିୟୁଷ ଜଣେ ଭଲ  କଳାକାର । ଯଦି ସେ ଚାହିଁବେ ତେବେ ତାଙ୍କୁ ଫିଲ୍ମରେ ଅଭିନୟ  କରିବାକୁ ସୁଯୋଗ ମିଳିବ । ତେବେ ଯାତ୍ରା ଜଗତ ଓ ଚଳଚ୍ଚିତ୍ର  ଜଗତ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ କୌଣସି ଯାତ୍ରା ମାଲିକ ତାଙ୍କ ସହ  ଏ ବିଷୟରେ ଆଲୋଚନା କରିବେ ନାହିଁ ବୋଲି ସେ ସଫାସଫା  କହିଛନ୍ତି । 

ପ୍ରକାଶ ଥାଉକି, ଯାତ୍ରା ଅଭିନେତା ପିୟୁଷ ବର୍ତ୍ତମାନ  ଚର୍ଚ୍ଚାରେ । ଅପେରା ସୂର୍ଯ୍ୟମନ୍ଦିରରେ ଥାଇ ସେ ଯାତ୍ରା ସିଂହବାହିନୀକୁ  ଯିବେ ବୋଲି ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ଆଣିଥିଲେ । ଯାହାକୁ  ନେଇ ବିବାଦ ଦେଖାଦେଇଥିଲା । ବର୍ତ୍ତମାନ ପିୟୁଷ ମାଲିକଙ୍କୁ  ଟଙ୍କା ଫେରାଇ ବର୍ଷେ ପର୍ଯ୍ୟନ୍ତ ଯାତ୍ରାରୁ ବିରତି ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.