ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ନାଗଜିଲ୍ଲା’ରେ କାର୍ତ୍ତିକଙ୍କ ଡବଲ୍‌ ରୋଲ୍‌, ସେପ୍ଟେମ୍ବରରୁ ଆରମ୍ଭ ହେବ ସୁଟିଂ

Published By : Krishna Priya | April 13, 2025 8:38 AM

ମୁମ୍ବାଇ ୧୩/୦୪: ହିନ୍ଦୀ ସିନେ ଦୁନିଆର ଅନ୍ୟତମ ସଫଳ ଯୁବ ଷ୍ଟାର୍‌ କାର୍ତ୍ତିକ ଆର୍ଯ୍ୟନ ବକ୍ସ ଅଫିସ୍‌ରେ ବଡ଼ ଧମାକା କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ସହ ଅପ୍‌କମିଙ୍ଗ ଫିଲ୍ମରେ ସେ ନଜର ଆସିବେ । ଏହା ପରେ କରନ ଜୋହରଙ୍କ ପ୍ରଯୋଜିତ ‘ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ’ ଓ ‘ନାଗଜିଲ୍ଲା’ରେ ନଜର ଆସିବେ । ଫିଲ୍ମ ‘ନାଗଜିଲ୍ଲା’ରେ କାର୍ତ୍ତିକଙ୍କ ଡବଲ୍‌ ରୋଲ୍‌ ରହିବ । ମଣିଷ ଓ ସାପ ମଧ୍ୟରେ ସଂଘର୍ଷ ଉପରେ ଫିଲ୍ମଟି ପର୍ଯ୍ୟବସିତ । 

‘ଯୱାନ’ରେ ଶାହରୁଖ୍‌ଙ୍କ ଭଳି ଏହି ଫିଲ୍ମରେ କାର୍ତ୍ତିକ ଉଭୟ ହିରୋ ଓ ଭିଲେନ୍‌ ଭୂମିକାରେ ନଜର ଆସିବେ । କିନ୍ତୁ କାହାଣୀରେ ଏକ ଟ୍ୱିଷ୍ଟ୍‌ ରହିବ । ‘ନାଗଜିଲ୍ଲା’ ଜରିଆରେ ନିର୍ଦ୍ଦେଶନା ଦୁନିଆରେ ଏଣ୍ଟ୍ରି କରିବେ ମୃଗଦୀପ ସିଂହ ଲାମ୍ବା । ଫିଲ୍ମକୁ ବଡ଼ ବଜେଟ୍‌ରେ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶକ ମୃଗଦୀପ ଓ ପ୍ରଯୋଜକ ମହାବୀର ଜୈନ କରନ ଜୋହରଙ୍କ ସହ ସହଭାଗିତା କରିଛନ୍ତି । ‘ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ’ ଫିଲ୍ମର ସୁଟିଂ ଶେଷ ହେବା ପରେ ‘ନାଗଜିଲ୍ଲା’ର ସୁଟିଂ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ । ୨୦୨୬, ଦ୍ୱିତୀୟାର୍ଦ୍ଧରେ ଫିଲ୍ମଟି ମୁକ୍ତିଲାଭ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.