ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୫୦କୋଟିର ବଜେଟ ଏବଂ କଲେକ୍ସନ ମାତ୍ର ୧୮କୋଟି ଟଙ୍କା , ଜାଣନ୍ତୁ କେଉଁ ସିନେମା

Published By : Gurupada Nath | April 15, 2025 4:40 PM

ମୁମ୍ବାଇ,୧୫/୪ : ସିନେମାର ସବୁବେଳେ କାହାଣୀ ହେଉଛି ହିରୋ । ଏଠି ବଜେଟ୍ ଆଉ ଷ୍ଟାରକାଷ୍ଟ୍ ବି ଫେଲ୍ ମାରିଛି । ଯାହାର ଉଦାହରଣ ଆମେ ବହୁ ପୂର୍ବରୁ ଦେଖିଛେ । ଆମେ ଆଜି ଯେଉଁ ସିନେମା ବିଷୟରେ କଥା ହେବା ତା’ର ବଜେଟ ଥିଲା ୧୫୦କୋଟି କିନ୍ତୁ କଲେକ୍ସନ କ୍ଷେତ୍ରରେ ଦେଖିଲେ ମାତ୍ର ୧୮କୋଟି ଟଙ୍କା ହୋଇଥିଲା। 

ଏଭଳି ଏକ ଫିଲ୍ମ ୨୦୨୩ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ନାମିଦାମୀ ଷ୍ଟାରକାଷ୍ଟ୍ ଥିଲେ ଏବଂ ମୋଟା ଅଙ୍କର ବଜେଟ ବି ଥିଲା । କିନ୍ତୁ ନ ଥିଲା ଶାନଦାର କାହାଣୀ ଏବଂ ଅଭିନୟ । ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଖରାପ ହୋଇଥିଲା ଏବଂ ଏହାକୁ ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ଫ୍ଲପ୍ ବୋଲି କହି‌ଲେ ଅତ୍ୟୁକ୍ତି ହେବ ନାହିଁ । ବିକାଶ ବହଲଙ୍କ ଆକ୍ସନ-ଥ୍ରୀଲର ଫିଲ୍ମ ‘ଗଣପତ’ ଭାରତୀୟ ସିନେମାର ସବୁଠାରୁ ବଡ଼ ଅସଫଳତା ମଧ୍ୟରୁ ଗୋଟିଏ ବୋଲି ଧରାଯାଏ । 
 ଆଇଏମଡିବି ଅନୁସାରେ ୧୫୦କୋଟି ଟଙ୍କାର ବଜେଟରେ ହୋଇଥିବା ଟାଇଗର ଶ୍ରାଫ ଏବଂ ଅମିତାଭ ବଚ୍ଚନଙ୍କ ଗଣପତ ବକ୍ସ ଅଫିସରେ ଓ୍ବାର୍ଲ୍ଡ ଓ୍ବାଇଡ ମାତ୍ର ୧୮କୋଟି ଟଙ୍କା ନେଟ୍ କଲେକ୍ସନ କରିଥିଲା । ଟାଇଗର ଶ୍ରାଫ, କୃତି ସେନନ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରର ଥାଇ ବି ଫିଲ୍ମ ଦର୍ଶକଙ୍କୁ ହଲ୍ ଯାଏ ଟାଣିବାକୁ ସମ୍ଭବ ହୋଇପାରିଲାନି । ଜ୍ୟାକି ଭଗନାନୀଙ୍କ ନିର୍ମିତ ଏହି ଫିଲ୍ମ ସାବ୍ୟସ୍ତ କରିଦେଇଥିଲା କି ବଡ଼ ବଜେଟ ସବୁବେଳେ ସଫଳତାର ଗ୍ୟାରେଣ୍ଟି ଦେଇନଥାଏ । ‘ଗଣପତ’ର ଅସଫଳତା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏକ ବଡ଼ ଶିକ୍ଷା ଅଟେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.