ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଲମାନଙ୍କ ଶତ୍ରୁ କିଏ ? ଘରେ ପଶି ହତ୍ୟା କରିବାକୁ ଧମକ

Published By : Ankita S | April 14, 2025 11:27 AM

ମୁମ୍ୱାଇ,୧୪/୦୪: ବଲିଉଡ଼ ଅଭିନେତା ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ କାର ଉଡ଼ାଇ ଦେବା ସହିତ ଘରେ ପଶି ହତ୍ୟା କରିବାକୁ ଧମକ ଦେଇଛି । ଧମକ ନେଇ ହ୍ୱାର୍ଟସପରେ ମେସେଜ ଆସିଛି । ଘଟଣାରେ ପୋଲିସ ମାମଲା ଦାୟର କରିଛି । ତେବେ କିଏ ଏହି ଧମକପୂର୍ଣ୍ଣ ମେସେଜ ପଠାଇଛି ତାହା ଜଣାପଡ଼ିନାହିଁ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ପକ୍ଷରୁ ପୂର୍ବରୁ ସଲମାନଙ୍କୁ ଏମିତି ଧମକ ଆସିଥିଲା ।

ମିଡ଼ିଆ ରିପୋର୍ଟ ଅନୁସାରେ, ମୁମ୍ବାଇ ପରିବହନ ବିଭାଗର ହ୍ୱାର୍ଟ୍ସଅପ ନମ୍ବରରେ ଏକ ମେସେଜ ଆସିଛି । ସଲମାନ ଖାନଙ୍କୁ ଘରେ ପଶି ହତ୍ୟା କରିବାକୁ ଧମକପୂର୍ଣ୍ଣ ମେସେଜ ଆସିଛି । ଏହା ସହିତ ତାଙ୍କ କାରକୁ ବୋମା ପକାଇ ଉଡାଇଦେବାକୁ ମଧ୍ୟ ଧମକ ମିଳିଛି । ବର୍ଲି ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିଷୟରେ ମାମଲା ଦାୟର ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ଭାଇଜାନଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି । ୨୦୧୮ରୁ ୨୦୨୪ ମଧ୍ୟରେ ୯ ଥର ଧମକପୂର୍ଣ୍ଣ ମେସେଜ ଆସିଛି ।

ଅଧିକ ପଢନ୍ତୁ...‘ଜାଟ’ ତୃତୀୟ ଦିନରେ ଭାଙ୍ଗିଲା ୧୦ବର୍ଷର ରେକର୍ଡ଼

ହରିଣ ଶିକାର ମାମଲାରେ ଟାର୍ଗେଟରେ- ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କୃଷ୍ଣ ସାର ହରିଣ ମାରିବାକୁ ନେଇ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଆସିଛି । ଏହି ମାମଲା ୧୯୯୮ର । ୨୦୨୪ରେ ସଲମାନଙ୍କୁ ଧମକ ମିଳିଥିଲା । ମନ୍ଦିର ଯାଇ ସାର୍ବଜନିକ ରୂପରେ କ୍ଷମା ମାରିବା ସହିତ ୫ କୋଟି ଦେବାକୁ ଦାବି କରିଥିଲେ । ବଲିଉଡ଼ ସିନେମା 'ହମ୍ ସାଥ ସାଥ ହୈଁ' ସୁଟିଂ ସମୟରେ ରାଜସ୍ଥାନରେ ୨ଟି କୃଷ୍ଣ ସାର ହରିଣ ଶିକାର ଘଟଣାରେ ଛନ୍ଦି ହୋଇଥିଲେ ସଲମାନ ଖାନ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.