ମୁମ୍ବାଇ, ୧୫/୪ : ‘ଗ୍ରାଉଣ୍ଡ ଜିରୋ’ର ଶ୍ରୀନଗର, କଶ୍ମୀରରେ ହେବାକୁ ଯାଉଛି ପ୍ରିମିୟର । ଏହି ପ୍ରୟାସ ଅଛି କି ସବୁଠାରୁ ପ୍ରଥମେ ଏହି ଫିଲ୍ମ ସେହି ଯବାନମାନଙ୍କୁ ଦେଖାଯିବ ଯେଉଁମାନେ ସୀମାରେ ଠିଆ ହୋଇ ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି । ଏକ୍ସେଲ ଏଣ୍ଟଟେନମେଣ୍ଟର ଆଗାମୀ ଆକ୍ସନ ଥ୍ରୀଲର ଗ୍ରାଉଣ୍ଡ ଜିରୋକୁ ନେଇ ପ୍ରତ୍ୟେକ ଦିନ ଉତ୍ସାହ ବଢିବାରେ ଲାଗିଛି । ଦମଦାର୍ ଟ୍ରେଲର ରିଲିଜ ପରେ ଫିଲ୍ମର ନୂଆ ନୂଆ ପୋଷ୍ଟର୍ସ ବି ଦର୍ଶକଙ୍କ ଉତ୍ସାହ ବଢାଇ ଦେଉଛି । ଏହା ମଧ୍ୟରେ ଏବେ ଏହି ଫିଲ୍ମ ଇତିହାସ ରଚିବାକୁ ଯାଉଛି ।
‘ଗ୍ରାଉଣ୍ଡ ଜିରୋ’ ୩୮ବର୍ଷ ପରେ ଶ୍ରୀନଗରରେ ରେଡ଼ କାର୍ପେଟରେ ପ୍ରିମିୟର ହେବାକୁ ଥିବା ପ୍ରଥମ ଫିଲ୍ମ ଅଟେ । ଏହାର ପ୍ରିମିୟର ୧୮ଏପ୍ରିଲରେ ହେବ ଏବଂ ଏହାକୁ ନେଇ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରି ଉଭୟଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଅଛି । ଆଶ୍ଚର୍ଯ୍ୟର କଥା ଏହା କି ପୂର୍ବ ୩୮ବର୍ଷରେ ଶ୍ରୀନଗରରେ କୌଣସି ବି ଫିଲ୍ମର ପ୍ରିମିୟର ହୋଇନାହିଁ ଏବଂ ଏବେ ‘ଗ୍ରାଉଣ୍ଡ ଜିରୋ’ ଏହି ଧାରାକୁ ଭାଙ୍ଗିବାର ପ୍ରଥମ ଫିଲ୍ମ ହେବ । ଏହି ବିଶେଷ ମୂହୁର୍ତ୍ତରେ ଫିଲ୍ମକୁ ସବୁଠାରୁ ପ୍ରଥମେ ସେହି ଯବାନ ଏବଂ ଆର୍ମି ଅଫିସରଙ୍କୁ ଦେଖାଯିବ ଯେଉଁମାନେ ବର୍ଡ଼ରରେ ଛିଡ଼ା ହୋଇ ଆମର ସୁରକ୍ଷା କରୁଛନ୍ତି । ଏହା ପ୍ରକୃତ ହିରୋଙ୍କୁ ଶ୍ରଦ୍ଧାଞ୍ଜଳି ବି ଅଟେ ।
‘ଗ୍ରାଉଣ୍ଡ ଜିରୋ’କୁ ଦର୍ଶକଙ୍କଠାରୁ ଜବରଦସ୍ତ ଭଲପାଇବା ମିଳୁଛି ଏବଂ ଏହାର ରିଲିଜକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ବିଏସଏଫର ସମର୍ଥନରେ ଏହି ଫିଲ୍ମର ଟ୍ରେଲରକୁ ବି ଖୁବ୍ ପ୍ରଶଂସା ମିଳୁଛି, ଯାହା ଦର୍ଶକଙ୍କ ଆଶା ଏବଂ ଉତ୍ସାହ ଆହୁରି ବି ବଢାଇ ଦେଉଛି ।